ପୁଣେ: 3 ମ୍ୟାଚ ବିଶିଷ୍ଟ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜକୁ 2-0ରେ ଆଗୁଆ ଜିତି ନେଇଛି ଭାରତ । ପରାଜୟ ପରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସ ଦଳର ପୂର୍ବତନ ଖେଳାଳିଙ୍କୁ ମନେ ପକାଇଛନ୍ତି । ଡୁପ୍ଲେସିସ କହିଛନ୍ତି ଭାରତ ଏକ ଅଭିଜ୍ଞ ଓ ଶକ୍ତିଶାଳୀ ଦଳ । ରାତାରାତି ହାସିମ ଅମଲା ଓ ଏବି ଡିଭିଲିୟର୍ସଙ୍କ ଭଳି ଖେଳାଳିଙ୍କ ସ୍ଥାନ ପୂରଣ ହୋଇପାରିବ ନାହିଁ । ସେଥିପାଇଁ ଦଳର ପ୍ରଦର୍ଶନରେ ଏହା ଫରକ ପକାଇଛି ।
ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ: ପରାଜୟ ପରେ ମନେପଡିଲେ ପୁରୁଣା - ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସ
ରାତାରାତି ଡେଲ ଷ୍ଟେନ, ମୋନେ ମୋର୍କେଲ, ହାସିମ ଅମଲା, ଏବି ଡିଭିଲିୟର୍ସଙ୍କ ସ୍ଥାନ ପୂରଣ କରିବା ଏତେ ଶୀଘ୍ର ସମ୍ଭବ ନୁହେଁ । ପରାଜୟ ପରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସ ଦଳର ପୂର୍ବତନ ଖେଳାଳିଙ୍କୁ ମନେ ପକାଇଛନ୍ତି ।

ପ୍ରଥମ ଟେଷ୍ଟରେ 203 ରନର ବଡ ବ୍ୟବଧାନରେ ହାରିଥିଲା ଭ୍ରମଣକାରୀ ଦଳ । 2ୟ ଟେଷ୍ଟରେ ଫଲୋଅନ ସହ ଗୋଟିଏ ଇଂନିସ ଓ 137ରନରେ ପରାଜିତ ହୋଇଛି । ପରାଜୟର କାରଣ କ୍ୟାପଟେନ ଡୁପ୍ଲେସିସ ଅନଭିଜ୍ଞତାକୁ ଦେଇଛନ୍ତି । ଅଭିଜ୍ଞ ଟିମ ହିଁ ସର୍ବଦା ଶ୍ରେଷ୍ଠ ଟିମ ବୋଲି, ସିରିଜ ଆରମ୍ଭରୁ ସେ ଜାଣିଥିଲେ ବୋଲି କହିଛନ୍ତି । ଏପରି ଏକ ସମୟରେରେ ଦକ୍ଷିଣ ଆଫ୍ରିକା ପହଞ୍ଚିଛି ଯେଉଁଠି ସବୁ ଅଭିଜ୍ଞ ଖେଳାଳିଙ୍କୁ ଦଳ ହରାଇଦେଇଛି । ଡେଲ ଷ୍ଟେନ, ମୋନେ ମୋର୍କେଲ, ହାସିମ ଅମଲା, ଏବି ଡିଭିଲିୟର୍ସଙ୍କ ସ୍ଥାନ ପୂରଣ କରିବା ଏତେ ଶୀଘ୍ର ସମ୍ଭବ ନୁହେଁ । ବର୍ତ୍ତମାନର ଦଳ 5ରୁ 15ଟି ମ୍ୟାଚ ଖେଳିଥିବା ଏକ ଯୁବ ଦଳ । ଏଥିସହିତ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ଡୁପ୍ଲେସିସ ପ୍ରଶଂସା କରିଛନ୍ତି । ବିଶେଷ କରି ବିରାଟଙ୍କ ଦ୍ବିଶତକ ପାଳି ଅସୀମ ଧୈର୍ଯ୍ୟର ଉହାହରଣ ବୋଲି କହିଛନ୍ତି ।