ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପ୍ଟେନ କୋହଲି । ଅନ୍ୟପଟେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରୁଛନ୍ତି ଶାହାବାଜ ନଦୀମ।
ତେବେ ଚମତ୍କାର ସଦୃଶ ସମସ୍ତ 3ଟି ଟେଷ୍ଟରେ ଟସ ଜିତିଛନ୍ତି କୋହଲି। ଅନ୍ୟପଟେ ଟସ ଜିତି ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ଚଲାଇଥିବା ପ୍ଲାନ କିନ୍ତୁ ଫେଲ ମାରିଛି । ଆଜି ଟସରେ ଫାପ୍ଙ୍କ ସ୍ଥାନରେ ଦଳ ଉପ ଅଧିନାୟକ ତେମ୍ବା ବାଭୁମା ଟସ ପାଇଁ କଲିଂ କରିଥିଲେ । କୁଳଦୀପ ଯାଦବଙ୍କ କାନ୍ଧରେ ଆଘାତ କାରଣରୁ ସେ ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଟେଷ୍ଟ ଡେବ୍ୟୁ କରୁଛନ୍ତି ସ୍ଥାନୀୟ ଖେଳାଳି ଶାହାବାଜ ନଦୀମ ସେହିପରି ଇଶାନ୍ତ ଶର୍ମାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।