ବିଶାଖାପଟନମ: ପ୍ରଥମ ଟେଷ୍ଟରେ ରୋହିତ୍ଙ୍କ ହିଟ୍ । ବିଶାଖାପଟନମ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ହିଟ୍ମ୍ୟାନ ଦେଖାଇଲେ ହିଟ୍ ସୋ' । ଟେଷ୍ଟ କ୍ରିକେଟରେ ଯୋଡିଲେ 4ର୍ଥ ଶତକ । ତେବେ ଓପନର ଭାବେ ଏହା ତାଙ୍କର ପ୍ରଥମ ଶତକ । ଆଉ ଏହି ଶତକ ଓପନିଂ ଶକତ ଭାବେ ସେ ଏହି ଟେଷ୍ଟରେ ରଚିଛନ୍ତି ଇତିହାସର ପାହାଡ ।
ଭିଡିଓ ସୌଜନ୍ୟ- ଟ୍ବିଟର @bcci 3ଟି ଫର୍ମାଟରେ ଶତକ-
ପ୍ରଥମ ଭାରତୀୟ ଓପନର ଭାବେ କ୍ରିକେଟର 3ଟି ଫର୍ମାଟରେ ଯୋଡିଲେ ରୋହିତ ହିଟ୍ କରିଛନ୍ତି ଶତକ । ଏହା ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାଭିଡ୍ କ୍ରିକେଟର ଦୁଇଟି ଫର୍ମାଟରେ ଶତକ ଯୋଡିଛନ୍ତି ।
3ଟି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଶତକ-
ସେହିପରି 2019 ଆଇସିସି ବିଶ୍ବକପ, ବିଶ୍ବ ଚମ୍ପିଆନ୍ସ ଟ୍ରଫି ଓ ଏବେ ଟେଷ୍ଟ ଚମ୍ପିଆନସିପ୍ରେ ରୋହିତ ଯୋଡିଛନ୍ତି ଶତକ । ତେବେ 3ଟି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଶତକ ଯୋଡିବାରେ ପ୍ରଥମ ଭାରତୀୟ ଓପନର ବନିଛନ୍ତି ରୋହିତ ଶର୍ମା ।
ଦକ୍ଷିଣ ଆଫ୍ରିକା ପଛରେ ପଡିଛନ୍ତି ରୋହିତ୍-
ତେବେ ଶତକ ଯୋଡିବା ଧାର ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିଛନ୍ତି । 2015 ଅକ୍ଟୋବର 2ରେ ଟି-20 କ୍ରିକେଟରେ ପ୍ରଥମ ଶତକ ଯୋଡିଥିଲେ ରୋହିତ୍ । ଆଉ ଠିକ୍ ସେହି ତାରିଖରେ ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିାକା ବିପକ୍ଷ ଶତକ ଯୋଡିଛନ୍ତି ହିଟ୍ମ୍ୟାନ ।
ରୋହିତ 183 ବଲରେ 12ଟି ଚୌକା ଓ 5ଟି ଛକା ସହାୟତାରେ 115ରନ କରିଛନ୍ତି । ମାତ୍ର ହିଟ୍ମ୍ୟାନଙ୍କ ଏହି ହିଟ୍ ସୋରେ ବର୍ଷା ସାଜିଛି ବାଧକ । ଆନ୍ଧ୍ର ପ୍ରଦେଶରେ ବର୍ଷା ଯୋଗୁଁ ମ୍ୟାଚର ପ୍ରଥମ ଦିନ କିଛି ସମୟ ଖେଳ ପରେ ବାତିଲ ହୋଇଛି । ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ 59.1 ଓଭରରେ କୌଣସି ୱିକେଟ ନ ହରାଇ 202ରନ କରିଛି ଘରୋଇ ଦଳ । ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା ଘରୋଇ ଦଳ । ଦଳ ପକ୍ଷରୁ ଓପନିଂ ପାଇଁ ଆସିଥିଲେ ରୋହିତ ଓ ମୟଙ୍କ ଅଗ୍ରୱାଲ ।