ଓଡିଶା

odisha

ETV Bharat / sports

ବିଶାଖାପଟନମ ଟେଷ୍ଟ: 3ୟ ଦିନରେ ଦୃଢ ସ୍ଥିତିରେ ଦକ୍ଷିଣ ଆଫ୍ରିକା

3ୟ ଦିନର ଷ୍ଟମ୍ପ ଅପସାରଣରେ 358/8 କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ । ମାତ୍ର ଭାରତର ପ୍ରଥମ ଇଂନିସ 502/7 ପାଳି ଘୋଷଣା ଜବାବରେ 117ରନ ପଛରେ ରହିଛି ଦକ୍ଷିଣ ଆଫ୍ରିକା ଦଳ ।

By

Published : Oct 4, 2019, 6:46 PM IST

Updated : Oct 4, 2019, 11:13 PM IST

ବିଶାଖପାଟଣା ଟେଷ୍ଟ

ବିଶାଖାପଟନମ: ଘରୋଇ ଦଳର ହାଇ ସ୍କୋରିଂ ଇଂନିସ ଜବାବରେ ଅତିଥି ଦଳ କରିଛି କଡା ମୁକାବିଲା । 3ୟ ଦିନର ଷ୍ଟମ୍ପ ଅପସାରଣରେ 358/8 କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ । ଓପନର ଡିନ୍ ଏଲଗାରଙ୍କ ଶତକୀୟ ପାଳି ପରେ ବୋଲିଂରେ କମବ୍ୟାକ କରିଥିଲେ ଅଶ୍ବିନ-ଜାଡେଜା । ମାତ୍ର ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକଙ୍କ ଆକର୍ଷଣୀୟ ଶତକ ବଳରେ ପୁଣିଥରେ ଦୃଢ ସ୍ଥିତିରେ ରହିଛି ଅତିଥି ଦଳ । ମାତ୍ର ଭାରତର ପ୍ରଥମ ଇଂନିସ 502/7 ପାଳି ଘୋଷଣା ଜବାବରେ 117ରନ ପଛରେ ରହିଛି ଦକ୍ଷିଣ ଆଫ୍ରିକା ଦଳ ।

ଫଟୋ ସୌଜନ୍ୟ- ଟ୍ବିଟର@icc

ଏଲଗାର 160 (287 ବଲ୍, 18ଚୌକା, 4 ଛକା) ଓ ଡି କକ୍ 111 (163 ବଲ୍, 16 ଚୌକା, 2 ଛକା) ରନ୍ କରିଛନ୍ତି । ଏଥି ସହିତ ଅଧିନାୟକ ଫାପ୍‌ ଡୁ ପ୍ଲେସସି 103 ବଲରୁ 55ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତେବେ 3ୟ ଦିନରେ ଦକ୍ଷିଣ ଆଫ୍ରିକା ପୂର୍ବଦିନର ସ୍କୋର 39/3ରୁ ଖେଳ ଆରମ୍ଭ କରିଥିଲା ।

ଫଟୋ ସୌଜନ୍ୟ- ଟ୍ବିଟର@icc

ତେବେ ଭାରତ ପକ୍ଷରୁ ଅଶ୍ୱିନ୍ 128 ରନ୍ ଦେଇ ସର୍ବାଧିକ 5ଟି ୱିକେଟ୍ ନେଇଥିବା ବେଳେ ଜାଡେଜା 2ଟି ଓ ଈଶାନ୍ତ ଗୋଟିଏ ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ 7 ୱିକେଟ୍ ହରାଇ 502 ରନ୍ କରି ପାଳି ଘୋଷଣା କରିଥିଲା ।

Last Updated : Oct 4, 2019, 11:13 PM IST

ABOUT THE AUTHOR

...view details