ଓଡିଶା

odisha

ETV Bharat / sports

ପଡିଆରେ ପୂଜାରାଙ୍କୁ ଗାଳିକଲେ ରୋହିତ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରୋହିତ ଶର୍ମା, ଚେତେଶ୍ବର ପୂଜାରାଙ୍କୁ ଗାଳି ଦେବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

By

Published : Oct 5, 2019, 8:58 PM IST

ଫଟୋ ସୌଜନ୍ୟ: twitter@BCCI

ବିଶାଖାପାଟନାମ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଘଟିଛି ଏମିତି ଘଟଣା, ଯାହା ଏବେ ସୋସିଆଲ ମିଡିଆର ଭାଇରାଲ ହେବାରେ ଲାଗିଛି । ଯେଉଁଥି ପାଇଁ ପୁଣି ମନେ ପଡିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଭାରତ 2ୟ ଇଂନିସରେ ବ୍ୟାଟିଂ କରୁଥିଲା । ପଡିଆରେ ଥିଲେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: twitter@benstokes38

ଉଭୟଙ୍କ ମଧ୍ୟରେ ଭଲ ପାର୍ଟନରସିପ ହୋଇଥିଲା । ପୂଜାରା ନନଷ୍ଟ୍ରାଇକର ଏଣ୍ଡରେ ଥିଲେ । ରୋହିତ ଏକ ରନ ନେବାକୁ ଚାହୁଁଥିଲେ । ମାତ୍ର ପୂଜାରା ଇଛା ପ୍ରକାଶ କରିନଥିଲେ । ଏହାପରେ ରୋହିତ ପୂଜାରାଙ୍କୁ ଗାଳି ଦେଇ ଦୌଡିବାକୁ କହିଥିଲେ । ତେବେ ଏହି ପ୍ରକାର ଗାଳି ହିନ୍ଦୀଭାଷି ରାଜ୍ୟରେ ନିଜର ଅସନ୍ତୋଷ ପ୍ରକାଶ କରିବାକୁ କୁହାଯାଇଥାଏ ।

ଫଟୋ ସୌଜନ୍ୟ: twitter@benstokes38

ଏହି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମନେପକାଇଛନ୍ତି କିଛି ଫ୍ୟାନ୍ସ । ସବୁଠୁ ମଜାଦାର କଥା ହେଉଛି ବେନ ଷ୍ଟୋକସ ଟ୍ବିଟ କରି ତାଙ୍କ ଟ୍ବିଟର ଆକାଉଣ୍ଟ ଡିଲିଟ କରିବାକୁ ପଡିବାରେ ବୋଲି କହିଛନ୍ତି । ଅନ୍ୟପଟେ କ୍ୟାପଟେନ ବିରାଟ କୋହଲି ଆକ୍ରମଣାତ୍ମକ ରଣନୀତି ଆପଣାଇ ପ୍ରତିପକ୍ଷ ଟିମର ୱିକେଟ କିମ୍ବା ପରାଜୟରେ ଏଭଳି ଶବ୍ଦ ବ୍ୟବହାର କରିବାର ନଜିର ରହିଛି । ମାତ୍ର ଷ୍ଟମ୍ପ ମାଇକରେ ରୋହିତ କହିଥିବା ଏହି ଗାଳି ରେକର୍ଡ ହୋଇ ଭାଇରାଲ ହେଉଛି ।

ABOUT THE AUTHOR

...view details