ଓଡିଶା

odisha

ETV Bharat / sports

ଭାରତ-ଇଂଲଣ୍ଡ, 2ୟ ଟେଷ୍ଟ: 317ରନ୍‌ରେ ଜିତିଲା ଟିମ ଇଣ୍ଡିଆ - ସିରିଜ ବରାବର

ଇଂଲଣ୍ଡକୁ 317 ରନ୍‌ରେ ପରାସ୍ତ କରି 2ୟ ଟେଷ୍ଟକୁ ହାତେଇଲା ବିରାଟ ବାହିନୀ
ଇଂଲଣ୍ଡକୁ 317 ରନ୍‌ରେ ପରାସ୍ତ କରି 2ୟ ଟେଷ୍ଟକୁ ହାଇଂଲଣ୍ଡକୁ 317 ରନ୍‌ରେ ପରାସ୍ତ କରି 2ୟ ଟେଷ୍ଟକୁ ହାତେଇଲା ବିରାଟ ବାହିନୀତେଇଲା ବିରାଟ ବାହିନୀ

By

Published : Feb 16, 2021, 12:40 PM IST

Updated : Feb 16, 2021, 1:25 PM IST

12:36 February 16

ଇଂଲଣ୍ଡକୁ 317 ରନ୍‌ରେ ପରାସ୍ତ କରି 2ୟ ଟେଷ୍ଟକୁ ହାତେଇଲା ବିରାଟ ବାହିନୀ

ଚେନ୍ନାଇ: 1-1ରେ ସିରିଜ ବରାବର କଲା ଟିମ ଇଣ୍ଡିଆ । ଘରୋଇ ଗ୍ରାଉଣ୍ଡରେ 317ରନ୍‌ରେ ମାତ୍‌ ଦେଇ 2ୟ ଟେଷ୍ଟ ମ୍ୟାଚ ଜିତିଛି ବିରାଟ ବାହିନୀ । ଅତିଥି ଦଳକୁ ଭାରତ 482ରନ୍‌ର ବିଶାଳ ବିଜୟଲକ୍ଷ୍ୟ ଦେଇଥିଲା ଭାରତ ଦଳ । କିନ୍ତୁ ଇଂଲଣ୍ଡ ମାତ୍ର 164ରନ୍‌  କରି ଅଲଆଉଟ୍‌ ହୋଇଛି । 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ବରାବର ରହିଛି ।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ 5ଟି ଓ୍ବିକେଟ ହାତେଇଥିବାବେଳେ , ଅଶ୍ବିନ 3 ଓ କୁଲଦୀପ ଯାଦବ 2ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳ ପକ୍ଷରୁ ସର୍ବାଧିକ 43ରନ୍‌ ସଂଗ୍ରହ କରିଛନ୍ତି ମୋଇନ ଅଲ୍ଲି । ଏଥିସହ ଅଧିନାୟକ ରୁଟ୍‌ 33ରନ୍‌ ସଂଗ୍ରହ କରିଛନ୍ତି ।  

ସୂଚନାଥାଉକି, 2ୟ ଟେଷ୍ଟରେ ହିଁ ଭାରତର ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ମିଳିଛି । ଏହି ବିଜୟ ଦର୍ଶକଙ୍କ ପାଇଁ ଏହା କୌଣସି ଉପହାରରୁ କମ୍‌ ନୁହେଁ  । 

Last Updated : Feb 16, 2021, 1:25 PM IST

ABOUT THE AUTHOR

...view details