ଓଡିଶା

odisha

ETV Bharat / sports

ମ୍ୟାଚ ବେଳେ ଗ୍ରାଉଣ୍ଡରେ ପଶିଗଲେ କୋହଲିଙ୍କ ଫ୍ୟାନ

ଭାରତୀୟ କ୍ରିକେଟରଙ୍କ ଫ୍ୟାନ୍ସଙ୍କ କ୍ରେଜ ଅନେକ ଥର ଗ୍ରାଉଣ୍ଡରେ ଦେଖିବାକୁ ମିଳିଥାଏ । ତେବେ ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଜଣେ ଫ୍ୟାନ୍ସ ପାଚେରୀ ଡେଇଁ ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ ।

By

Published : Nov 17, 2019, 4:21 PM IST

Updated : Nov 17, 2019, 4:39 PM IST

virat kohli

ଇନ୍ଦୋର: କୋହଲିଙ୍କ ପାଇଁ ମାନିଲେନି ବାଡବନ୍ଧ । ମ୍ୟାଚ ଚାଲିଥିବା ସମୟରେ ସୁରକ୍ଷା ପାଚେରୀ ଡେଇଁ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କଲେ ଯୁବକ । ଏପରି ଘଟଣା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ani

ଖବରମୁତାବକ. ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଇନ୍ଦୋରରେ ଖେଳାଯାଉଥିଲା । ଗ୍ରାଉଣ୍ଡରେ ମ୍ୟାଚ ଚାଲୁଥିବା ସମୟରେ କୋହଲିଙ୍କ ଏକ ଫ୍ୟାନ୍ସ ସୁରକ୍ଷାବାଡ ଭାଙ୍ଗି ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ । ପୋଲିସ ତୁରନ୍ତ ଆସି ଯୁବକ ଜଣକୁ ଅଟକ ରଖିଥିଲେ ।


ସେହି ଯୁବକ ଜଣକ ହେଲେ ସୁରଜ ବିଷ୍ଟ । ସୁରଜ ଉତ୍ତରାଖଣ୍ଡର ବାସିନ୍ଦା । ସେ ଇନ୍ଦୋରରେ କାମ କରନ୍ତି । ବିରାଟଙ୍କ ସହ ଭେଟିବା ପାଇଁ ସେ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ । ତାଙ୍କ ହାତରେ ବିରାଟଙ୍କ ନାଁର ଟାଟୁ ରହିଥିବା ପୋଲିସ ଅଧିକାରୀ କହିଛନ୍ତି ।

Last Updated : Nov 17, 2019, 4:39 PM IST

ABOUT THE AUTHOR

...view details