ଓଡିଶା

odisha

ETV Bharat / sports

ପିଙ୍କ୍ ବଲ ଟେଷ୍ଟ: କୋହଲିଙ୍କ ହାତରୁ କ୍ୟାଚ୍‌ ଝାମ୍ପି ନେଲେ ରୋହିତ, ଦେଖନ୍ତୁ ଭିଡିଓ - Rohit Sharma's flaying catch

ବ୍ୟାଟରେ ନୂହେଁ ନୂଆ ବଲରେ କମାଲ ଦେଖାଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ।

ପିଙ୍କ୍‌ ବଲ ଟେଷ୍ଟ

By

Published : Nov 22, 2019, 6:51 PM IST

କୋଲକାତା: ଶୁକ୍ରାବାର ଠୁ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଐତିହାସିକ ଡେ/ନାଇଟ ଟେଷ୍ଟ ମ୍ୟାଚ । ମ୍ୟାଚରେ ଭାରତୀୟ ପେସ ବୋଲରଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ପଡିଆରେ ମଧ୍ୟ କମାଲ କରିଛନ୍ତି ହିଟ୍‌ ମ୍ୟାନ ରୋହିତ ଶର୍ମା । ତେବେ ବ୍ୟାଟରେ ନୂହେଁ ନୂଆ ବଲରେ କମାଲ ଦେଖାଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ । ଦ୍ବିତୀୟ ସ୍ଲିପ ଅଞ୍ଚଳରେ ଗୋଟିଏ ହାତରେ ଏକ ଚମତ୍କାର କ୍ୟାଚ ଧରିଛନ୍ତି ରୋହିତ ।

ଘଟଣା ଘଟିଥିଲା ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂରେ । ବୋଲିଂ କରୁଥିଲେ ଉମେଶ ଯାଦବ । ବାଂଲାଦେଶ ଟିମର କ୍ୟାପଟେନ୍ ମୋମିନୁଲ୍ ହକ ପ୍ରଥମ ସ୍ଲିପ ଅଞ୍ଚଳକୁ ଏକ କଟ୍‌ ଖେଳିଥଲେ । ସେଠାରେ ଠିଆ ହୋଇଥିଲେ ଅଧିନାୟକ କୋହଲି । ମାତ୍ର କୋହଲିଙ୍କ ଡାହାଣ ପାଖରେ ଛିଡା ହୋଇଥିବା ରୋହିତ ଡାଇଭ୍‌ ମାରି କୋହଲିଙ୍କ ଆଗରୁ କ୍ୟାଚକୁ ଝାମ୍ପି ନେଇଥିଲେ । ଏହି ଚମତ୍କାର କ୍ୟାଚ୍ ପରେ ଭାରତୀୟ ଖେଳାଳିମାନେ ରୋହିତଙ୍କୁ ବଧେଇ ଜଣାଇଥିଲେ ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ଅତିଥି ବାଂଲାଦେଶ 30.3 ଓଭରର ଖେଳରେ ମାତ୍ର 106 ରନ କରି ସମସ୍ତ ୱିକେଟ ହରାଇଛି । ଜବାବରେ ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ସୁଦ୍ଧା 72ରନ 2ଟି ୱିକେଟ ହରାଇ ବ୍ୟାଟଂ ଜାରି ରଖିଛି ଘରୋଇ ଦଳ ।

ABOUT THE AUTHOR

...view details