ରାଜକୋଟ: କୋହଲିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର କ୍ୟାପଟେନ ଭାର ସମ୍ଭାଳୁଛନ୍ତି ରୋହିତ ଶର୍ମା । ତେବେ ରାଜକୋଟ ଟି20ରେ ଅବିଶ୍ବସନୀୟ 43 ବଲରେ 85 ରନର ଧୁଆଁଧାର କ୍ୟାପଟେନ ଇଂନିସ ଖେଳିଛନ୍ତି ରୋହିତ । ଏହାପରେ ବାଂଲାଦେଶ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ 1-1ରେ ବରାବର କରିଛି ଟିମ ଇଣ୍ଡିଆ।
ଏହି ରେକର୍ଡ ସହ ଟିମ ଇଣ୍ଡିଆର ସବୁ କ୍ୟାପଟେନଙ୍କୁ ଟପିଲେ ରୋହିତ - Rohit breaks Dhoni's record
ଭାରତୀୟ କ୍ୟାପଟେନ ଭାବେ ରୋହିତ ଶର୍ମା ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି।

ଡିଜାଇନ ଫଟୋ
ତେବେ ରୋହିତଙ୍କ 85 ରନର ଇଂନିସରେ 6 ଛକା ଓ 6 ଚୌକା ସାମଲି ରହିଛି । 6ଟି ଛକା ମାରିବା ପରେ ରୋହିତ ଭାରତୀୟ କ୍ୟାପଟେନ ଭାବେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି । 17ଟି ଇଂନିସରୁ 37ଛକା ସହ ରୋହିତ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ଧୋନିଙ୍କ ନାମରେ ପୂର୍ବରୁ 62 ଟି ଇଂନିସରୁ 34ଟି ଛକା ମାରିବାର ରେକର୍ଡ ରହିଥିଲା । ବିରାଟ କୋହଲି 26 ଇଂନିସରୁ 26 ଛକା ସହ ତାଲିକାର 3ୟରେ ଅଛନ୍ତି।
Last Updated : Nov 8, 2019, 2:14 PM IST