ହାଇଦ୍ରାବାଦ: ବାଂଲାଦେଶ କ୍ୟାପଟେନ ସାକିବ ଅଲ ହସନଙ୍କୁ ଆଇସିସି 2 ବର୍ଷ ବାସନ୍ଦାଦେଶ ଶୁଣାଇଛି । ଏହାପରେ ବାଂଲାଦେଶର ନୂଆ ଟି-20 କ୍ୟାପଟେନ ହୋଇଛନ୍ତି ମହମ୍ମଦୁଲ୍ଲା । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ନଭେମ୍ବର 3ରୁ ବାଂଲାଦେଶ ଭାରତ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ବାଂଲାଦେଶ କ୍ୟାପଟେନ ଦାୟିତ୍ବ ତୁଲାଇବେ ମହମ୍ମଦୁଲ୍ଲା ।
ସେହିପରି ମୋମିନୁଲ ହକଙ୍କୁ ବାଂଲାଦେଶ କ୍ରିକେଟ ଟିମର ଟେଷ୍ଟ କ୍ୟାପଟେନ ଦାୟିତ୍ବ ମିଳିଛି । ତେବେ ସାକିବଙ୍କୁ ବାଦ ଦେଇ ବିସିବି ପୁଣିଥରେ ଭାରତ ଗସ୍ତ ପାଇଁ ନୂଆ ଦଳ ଘୋଷଣା କରିଛି ।