କୋଲକାତା: ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷ ସିରିଜକୁ 2-0ରେ ହାତେଇଛି ବିରାଟ ବାହୀନି । ଘରୋଇ ମାଟିରେ ଏହା କ୍ରମାଗତ ରେକର୍ଡ 12ତମ ଟେଷ୍ଟ ସିରିଜ ବିଜୟ । ମାତ୍ର 3 ଦିନରେ ଏକତରଫା ଏକ ଇଂନିସ ବାକି ଥାଇ ବିଜୟୀ ହୋଇଛି ଭାରତ ।
ନଂ1 ଟିମର ନୂଆ ଟେଷ୍ଟ ରେକର୍ଡ, କ୍ରମାଗତ 12ତମ ସିରିଜ ବିଜୟ - ସିରିଜରେ ବିଜୟ ରେକର୍ଡ
ଘରୋଇ ମାଟିରେ ଏହା କ୍ରମାଗତ 12ତମ ଟେଷ୍ଟ ସିରିଜରେ ବିଜୟ ହୋଇ ରେକର୍ଡର ଅଧିକାରୀ ହୋଇଛି ଟିମ ଇଣ୍ଡିଆ ।

ଡିଜାଇନ ଫଟୋ
ଏହି ବିଜୟ ଟିମ ଇଣ୍ଡିଆ ପାଇଁ ଆଉଏକ ନିଆରା ରେକର୍ଡ ମଧ୍ୟ ଆଣିଦେଇଛି । କ୍ରମାଗତ 4ଟି ଟେଷ୍ଟରେ ଇଂନିସ ବିଜୟ ହାସଲ କରିବାରେ ଭାରତ ପ୍ରଥମ ଟିମ ହୋଇଛି ।
3ୟ ଦିନରେ ଭାରତ ବିଜୟ ପାଇଁ ମାତ୍ର 4 ୱିକେଟ ଆବଶ୍ୟକ କରୁଥିଲା । ତେବେ ମାତ୍ର 50 ମିନିଟରେ ଭାରତ ପାଇଁ ବିଜୟ ଆଣିଦେଇଥିଲେ ଭାରତୀୟ ପେସର । ଅଭିଜ୍ଞ ଇଶାନ୍ତ ପ୍ରଥମ ଇଂନିସରେ 5ଟି ଓ 2ୟ ଇଂନିସରେ 4 ୱିକେଟ ନେଇ ବିଜୟ ପ୍ରମୁଖ ଭୁମିକା ନିଭାଇଥିଲେ ।