ଓଡିଶା

odisha

ପିଙ୍କ୍‌ ବଲ ଟେଷ୍ଟ: 2ୟ ଦିନ ଖେଳ ଶେଷ, ବିଜୟ ଦ୍ବାରରେ ଭାରତ

ଇଶାନ୍ତ ଶର୍ମା ପ୍ରଥମ ଦିନ 5 ୱିକେଟ ହଲ ପରେ 2ୟ ଦିନରେ ଅକ୍ତିଆର କଲେଣି 4 ୱିକେଟ । ଐତିହାସିକ ଟେଷ୍ଟ ମ୍ୟାଚର ବିଜୟଠୁ 4 ୱିକେଟ ଦୂରରେ ରହିଛି ଘରୋଇ ଦଳ ।

By

Published : Nov 23, 2019, 10:12 PM IST

Published : Nov 23, 2019, 10:12 PM IST

ପିଙ୍କ୍‌ ବଲ ଟେଷ୍ଟ

କୋଲକାତା: 5 ଦିନିଆ ପିଙ୍କ୍ ବଲ ଐତିହାସିକ ମ୍ୟାଚକୁ ଅଢେଇ ଦିନରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ବୋଲର । ପ୍ରଥମ ଦିନ ପରେ 2ୟ ଦିନରେ ମଧ୍ୟ ଗୋଲାପୀ ଯାଦୁ ଦେଖାଇଛନ୍ତି ଭାରତୀୟ ପେସର । ଇଶାନ୍ତ ଶର୍ମା ପ୍ରଥମ ଦିନ 5 ୱିକେଟ ହଲ ପରେ 2ୟ ଦିନରେ ଅକ୍ତିଆର କଲେଣି 4 ୱିକେଟ । ଐତିହାସିକ ଟେଷ୍ଟ ମ୍ୟାଚର ବିଜୟ ପାଇଁ ମଧ୍ୟ ଆଉ 4 ୱିକେଟ ଦୂରରେ ଘରୋଇ ଦଳ ।

ଭାରତର 347/9 ପାଳି ଘୋଷଣାର ଜାବାବରେ 6 ୱିକେଟ ହରାଇ 2ୟ ଦିନ ଶେଷ ସୁଦ୍ଧା 152ରନ କରିଛି ଅତିଥି ବାଂଲାଦେଶ ଦଳ । ପ୍ରଥମ ଦିନରେ ମାତ୍ର 106ରନରେ ଦଳ ତାର ସମସ୍ତ ୱିକେଟ ହରାଇ ବାସିଥିଲା । ତେବେ ଭାରତୀୟ ଦଳର ଏହି ଲମ୍ବା ସ୍କୋରରେ କ୍ୟାପଟେନ କୋହଲି 136 ରନର ଶତକୀୟ ପାଳି ସାମିଲ ରହିଛି । ସେହିପରି ପୂଜାରା 55 ଓ ରାହାଣେ 51 ରନର ଅର୍ଧଶତକୀୟ ପାଳି ଖେଳିଛନ୍ତି । ବାଂଲାଦେଶ ପକ୍ଷରୁ ଅଲଅମିନ ହୁସେନ ଓ ଇବାଦତ ହୁସେନ ସର୍ବାଧିକ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆବୁ ଜାୟଦ 2ଟି ଓ ତୈଜୁଲ ଇସଲାମ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ଅନ୍ୟପଟେ 2ୟ ଇଂନିସ ଆରମ୍ଭରୁ ହିଁ ଟଳି ପଡିଛି ଅତିଥି ବାଂଲା ଦଳ । ମ୍ୟାଚ ଆରମ୍ଭରୁ ଶାଦାମାନ ଇସଲାମଙ୍କୁ ପ୍ରଥମ ଶିକାର କରିଥିଲେ ଇଶାନ୍ତ ଶର୍ମା । ପରେ ଇମରୁଲ କେୟିସ ଓ ମହମ୍ମଦ ମିଥୁନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଉମେଶ ଯାଦବ ଏହା କରିବାକୁ ଦେଇ ନଥିଲେ । ତେବେ ଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ 59ରନ କରି ଅପରାଜିତ ରହିଛନ୍ତି ।

ABOUT THE AUTHOR

...view details