ଓଡିଶା

odisha

ଇନ୍ଦୋର ଟେଷ୍ଟ: ଶୂନରେ ଆଉଟ କୋହଲି, ଭାରତର ବ୍ୟାଟିଂ ଜାରି

By

Published : Nov 15, 2019, 11:38 AM IST

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର 2ୟ ଦିନ ଆରମ୍ଭରୁ ବେଶ ରୋମାଞ୍ଚକର ହୋଇଛି। ଭାରତର ସ୍କୋର ପ୍ରଥମ ସେସନ ଶେଷ ସୁଦ୍ଧା 148/3 ରହିଛି।

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଇନ୍ଦୋର: ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଆରମ୍ଭରୁ ବେଶ ରୋମାଞ୍ଚକର ହୋଇଛି। ପ୍ରଥମ ଦିନର ଅସମାପ୍ତ ସ୍କୋର 86/1ରୁ ଖେଳ ଆରମ୍ଭ କରିଥିଲେ ଅପରାଜିତ ମୟଙ୍କ ଅଗ୍ରୱାଲ ଓ ଚେତେଶ୍ବର ପୂଜାରା ।

ପୂଜାରା ନିଜ ଅର୍ଦ୍ଧଶତକ ପୁରାକରିବା ସହ ନିଜ ୱିକେଟ ହରାଇଥିଲେ । ପରେ କ୍ୟାପଟେନ କୋହଲି 2ୟ ବଲରେ ହିଁ ଶୂନରେ ଆଉଟ ହୋଇଛନ୍ତି । ପୂର୍ବରୁ ରୋହିତ ଶର୍ମା 6 ରନ କରି ଆଉଟ ହୋଇଥିଲେ । ବାଂଲାଦେଶ ପକ୍ଷରୁ ଅବୁ ଯାୟଦ 3ଟି ୱିକେଟ ହାସଲ କରିଛନ୍ତି।

ଓପନର ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି। ଉପ-ଅଧିନାୟକ ରାହାଣେ ଓ ମୟଙ୍କ ଏକ ବଡ ପାର୍ଟନରସିପ ଆଗକୁ ଅଗ୍ରସର ହେଉଛନ୍ତି। ଭାରତର ସ୍କୋର ପ୍ରଥମ ସେସନ ଶେଷ ସୁଦ୍ଧା 148/3 ରହିଛି।

ABOUT THE AUTHOR

...view details