ଇନ୍ଦୋର: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ସଂକଟରେ ପଡିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ମାତ୍ର 150 ରନରେ ଅଲଆଉଟ ହୋଇଯାଇଛି ପୁରା ଟିମ । ଭାରତର ଶକ୍ତିଶାଳୀ ବୋଲିଂଲାଇନ ଅପକୁ ସାମ୍ନା କରିପାରିନଥିଲା ଭ୍ରମଣକାରୀ ବାଂଲାଦେଶ ।
ଇନ୍ଦୋର ଟେଷ୍ଟ: 150 ରନରେ ଅଲଆଉଟ ବାଂଲାଦେଶ - ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ
ଇନ୍ଦୋର ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ମାତ୍ର 150 ରନରେ ଅଲଆଉଟ ହୋଇଯାଇଛି ବାଂଲାଦେଶ ।

କ୍ରମାଗତ ବ୍ୟବଧାନରେ ୱିକେଟ ହରାଇଥିଲା ବାଂଲାଦେଶ । ପ୍ରଥମ 3ଟି ୱିକେଟ ମାତ୍ର 31 ରନ ମଧ୍ୟରେ ହରାଇବା ପରେ କ୍ୟାପଟେନ ମୋମିନୁଲ ହକ ଓ ମୁସଫିକର କିଛି ସମୟ ଲଢେଇ ଜାରି ରଖିଥିଲେ । ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଉଭୟ ଖେଳାଳି ।
ଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ 43 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ମୋମିନୁଲ 37 ରନ କରି ଆଉଟ ହୋଇଥିଲେ । ମାତ୍ର ଅନ୍ୟ 6 ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ । ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।