ଇନ୍ଦୋର: ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହୋଲକାର ଷ୍ଟାଡିୟମ ଇନ୍ଦୋରରେ ଖେଳାଯାଉଛି । ପ୍ରଥମେ ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଭାରତୀୟ ବୋଲରଙ୍କୁ ପ୍ରଥମେ ସାମ୍ନା କରିବ ବାଂଲାବାହୀନି ।
ତେବେ ବାଂଲାଦେଶ ଟସ ଜିତିବା ପରେ ଆରମ୍ଭରୁ ମ୍ୟାଚ ଫଳାଫଳ ନେଇ ରୋମାଞ୍ଚକର ସ୍ଥିତି ସୃଷ୍ଟି ହୋଇଛି । 2018 ପରଠାରୁ ପ୍ରଥମେ ବୋଲିଂ କରି ଭାରତର ବିଜୟ ରେକର୍ଡ ଭଲ ନାହିଁ । ଶେଷ 8ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷ ହାଇଦ୍ରାବାଦ ଟେଷ୍ଟକୁ ବାଦ ଦେଲେ ବାକି ମ୍ୟାଚରେ ଭାରତକୁ ପରାଜୟ ମିଳିଛି ।