ଓଡିଶା

odisha

ETV Bharat / sports

ଇନ୍ଦୋର ଟେଷ୍ଟ: ପ୍ରଥମ ଦିନରେ ବାଂଲାଦେଶ 150/10, ଭାରତ 86/1 - କ୍ରିକେଟ ଖବର

ଇନ୍ଦୋର ଟେଷ୍ଟର ପ୍ରଥମ ଦିନରେ ଚିତ ହେଲା ବାଂଲାଦେଶ । 150 ରନ କରି ଅଲଆଉଟ ହେଲା ଦଳ । ଷ୍ଟମ୍ପସ୍ ଅପସାରଣ ବେଳକୁ ଭାରତ 1 ୱିକେଟ ହରାଇ 86 ରନ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

ଭାରତ ବନାମ ବାଂଲାଦେଶ ଟେଷ୍ଟ

By

Published : Nov 14, 2019, 8:24 PM IST

ଇନ୍ଦୋର: ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେବେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଦଳ । କେବଳ 150 ରନ ପ୍ରଥମ ଇନିଂସରେ କରି ଅଲ ଆଉଟ ହୋଇଛି ବାଂଲାଦେଶ । ପରେ ଭାରତ ଷ୍ଟମ୍ପସ୍ ଅପସାରଣ ବେଳକୁ 1 ୱିକେଟ ହରାଇ 86 ରନ ସଂଗ୍ରହ କରିଛି ।

ଭାରତ ବନାମ ବାଂଲାଦେଶ ଟେଷ୍ଟ

ଭାରତ ବର୍ତ୍ତମାନ ବାଂଲାଦେଶ ଠାରୁ 64 ରନ ପଛରେ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ମୟଙ୍କ ଅଗ୍ରୱାଲ 37 ଓ ଚେତେଶ୍ବର ପୂଜାରା 43ରନ କରି ଅପରାଜିତ ଅଛନ୍ତି । ତେବେ ଗୁରୁବାର ଭାରତ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ରୋହିତ ମାତ୍ର 6 ରନ କରି ପଭିଲିଅନ ଫେରିଥିଲେ ।

ଭାରତ ବନାମ ବାଂଲାଦେଶ ଟେଷ୍ଟ

ରୋହିତ ଆବୁ ଜାଏଦଙ୍କ ବଲରେ ଲିଣ୍ଟନ ଦାସଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ରୋହିତଙ୍କ ଆଉଟ ହେବା ପରେ ପୂଜାରା-ମୟଙ୍କ ମଧ୍ୟରେ 72 ରନର ଭାଗିଦାରୀ ହୋଇଥିଲା । ତେବେ ମୟଙ୍କ 31 ରନ ସ୍କୋର କରିଥିବା ବେଳେ ଜୀବନ ଦାନ ପାଇଥିଲେ । ଇମରୁଲ କେଏସ ଜାୟଦଙ୍କ ବଲରେ ପ୍ରଥମ ସ୍ଲିପରେ ମୟଙ୍କଙ୍କ କ୍ୟାଚ ଛାଡି ଦେଇଥିଲେ ।

ଭାରତୀୟ ବୋଲରଙ୍କ କମାଲ

ଭାରତୀୟ ବୋଲର 150 ରନରେ ବାଂଲାଦେଶର ପାଳିକୁ ସୀମିତ ରଖିଥିଲେ । ବାଂଲାଦେଶ ପାଇଁ ମୁସଫିକର ରହିମ ସର୍ବାଧିକ 43 ରନ କରିଥିଲେ । ତାଙ୍କ ଛଡା ମୋମିନ ଉଲ ହକ 37, ଲିଟନ ଦାସ 21 ଓ ମହମ୍ମଦ ମିଥୁନ 13 ରନ କରିଥିଲେ । ଅତିଥି ଦଳର ଅନ୍ୟ କୌଣସି ବ୍ୟାଟ୍ସ ମ୍ୟାନ ଦୁଇ ଅଙ୍କ ସଂଖ୍ୟା ଛୁଇଁବାକୁ ସମର୍ଥ ହୋଇନଥିଲେ ।

ଭାରତ ପକ୍ଷରୁ ପେସ ବୋଲର ମହମ୍ମଦ ସାମି ସର୍ବାଧିକ ତିନୋଟି ୱିକେଟ ନେଇଥିବା ବେଳେ, ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ଅଫ ସ୍ପିନର ଅଶ୍ବିନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହା ସହ ଅଶ୍ବିନ ନିଜର 250 ଟେଷ୍ଟ ୱିକେଟ ପୂରା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details