ଓଡିଶା

odisha

ETV Bharat / sports

ରାଜକୋଟରେ ରୋହିତ ହିଟ୍‌, ଜାଣନ୍ତୁ କଣ ରେକର୍ଡ - India vs Australia

4ର୍ଥ ଭାରତୀୟ ଓପନର ଭାବେ ଦ୍ରୁତ 7 ହଜାର ରନ୍ ପୂରଣ କରିଛନ୍ତି ହିଟମ୍ୟାନ । ଅଧିକ ପଢନ୍ତୁ....

india-vs-australia-rohit-sharma-fulfill-7000-runs-in-odi
ରାଜକୋଟରେ ରୋହିତଙ୍କ ହିଟ୍‌, ଜାଣନ୍ତୁ କଣ ରେକର୍ଡ

By

Published : Jan 17, 2020, 11:05 PM IST

ରାଜକୋଟ୍‌: ଟିମ୍ ଇଣ୍ଡିଆର ଓପନର ତଥା ବିଶ୍ବ କ୍ରିକେଟରେ ହିଟମ୍ୟାନ ଭାବେ ପରିଚିତ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 4ର୍ଥ ଭାରତୀୟ ଓପନର ଭାବେ ଦ୍ରୁତ 7 ହଜାର ରନ୍ ପୂରଣ କରିଛନ୍ତି ହିଟମ୍ୟାନ । ତେବେ ଏମିତି କରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦକ୍ଷିଣ ଆଫ୍ରିକାର ଓପନର ହାଶିମ୍ ଆମଲାଙ୍କୁ ପଛରେ ପକାଇଛନ୍ତି ।

ତେବେ ରୋହିତ୍ 7 ହଜାର ରନ୍ ପୂରଣ କରିବା ପାଇଁ ମାତ୍ର 137 ଇନିଂସର ସହାୟତା ନେଇଛନ୍ତି । ଯେତେବେଳେ ଆମଲା 147 ଇନିଂସ୍ ଏବଂ ସଚିନ 160 ଇନିଂସରେ 7 ହଜାର ରନ୍ ପୂରଣ କରିଥିଲେ । ତେବେ ରୋହିତ 4ର୍ଥ ଭାରତୀୟ ଓପନର ଭାବେ ଏହି ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ୍‌, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ ଏହି ରେକର୍ଡ ହାସଲ କରିଛନ୍ତି ।

ତେବେ ଆଜିର ମ୍ୟାଚରେ ରୋହିତ୍ 44 ବଲରେ 42 ରନ୍ କରିଛନ୍ତି । ଅଷ୍ଟ୍ରେଲିଆର ବ୍ୟାଟିଂ ପାଳିରେ କ୍ୟାଚ ଧରିବାକୁ ଯାଇ ତାଙ୍କ କାନ୍ଧରେ ବଲ ବାଜିଥିଲା । ଫଳରେ ସେ ଆହତ ହୋଇ ପାଭିଲିଅନ ଫେରିଥିଲେ ।

ABOUT THE AUTHOR

...view details