ଓଡିଶା

odisha

ETV Bharat / sports

2ୟ ମ୍ୟାଚ: ଶାମିଙ୍କ ଆଟାକରେ ଧରାଶୟୀ କଙ୍ଗାରୁ, 36ରନରେ ମ୍ୟାଚ ଜିତିଲା ଭାରତ

india-vs-australia-2nd-odi-india-won-by-36-runs
36 ରନରେ ମ୍ୟାଚ ଜିତିଲା ଭାରତ

By

Published : Jan 17, 2020, 9:38 PM IST

Updated : Jan 17, 2020, 10:11 PM IST

21:36 January 17

ରାଜକୋଟରେ ଟିମ ଇଣ୍ଡିଆର ରାଜ୍‌

ରାଜକୋଟ: ‘କର ବା ମର’ ମ୍ୟାଚରେ ଦମ ଦେଖାଇଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର 2ୟ ମ୍ୟାଚକୁ 36 ରନରେ ଜିତିଲା ଟିମ ଇଣ୍ଡିଆ । ରାଜକୋଟରେ ମୁମ୍ବାଇ ପରଜାୟର ନେଲା ବଦଲା । ସିରିଜ 1-1ରେ ବରାବର । ଶେଷ ମ୍ୟାଚ ହେବ ନିର୍ଣ୍ଣାୟକ ଲଢେଇ ।   

ମ୍ୟାଚରେ ବି ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଘରୋଇ ଦଳ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ ହାରାଇ 340 ରନ କରିଥିଲା ଟିମ ଇଣ୍ଡିଆ । ଘରୋଇ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନରେ କଙ୍ଗାରୁ ଦଳ ସାମ୍ମାରେ ଥିଲା 341ରନର ବିଜୟ ଲକ୍ଷ୍ୟ । ତେବେ ଘରୋଇ ବୋଲରଙ୍କ ଆଟାକିଂ ବୋଲିରେ ଧରାଶାୟୀ ହୋଇଥିଲା କଙ୍ଗାରୁ ଦଳର ବ୍ୟାଟିଂ ଲାଇନ ଅର୍ଡର । ନିର୍ଦ୍ଧାରିତ ଓଭର ପୂର୍ବରୁ 10 ୱିକେଟ ହରାଇ 304ରନ କରିଛି ଅତିଥି ଅଷ୍ଟ୍ରେଲିଆ । ଫଳରେ 36ରନରେ ମ୍ୟାଚ ଜିତିଲା ଭାରତ । 52ବଲରୁ 80ରନର ପାଳି ଖେଳିଥିବା ଲୋକେଶ ରାହୁଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । 

ପ୍ରଥମ ମ୍ୟାଚ ପରେ 2ୟ ମ୍ୟାଚରେ ବି ଠିକ୍‌ଠାକ ଆରମ୍ଭ କରିଥିଲେ କଙ୍ଗାରୁ ଓପନର ଡେଭିଡ ୱାର୍ଣ୍ଣର ଓ ଅଧିନାୟକ ଆରନ ଫିଞ୍ଜ୍‌ । ମାତ୍ର ଭାରତୀୟ ସ୍ପିଡ ଷ୍ଟାର ଶାମିଙ୍କ ଆଟାକରେ ମାତ୍ର 15ରନ କରି ପାଭେଲିଅନ ଫେରିଥିଲେ ୱାର୍ଣ୍ଣର । ପରେ ଜାଡେଙ୍କା ହାତରେ ଲାଗିଥିଲା ଅଧିନାୟକ ଫିଞ୍ଜ୍‌ଙ୍କ ୱିକେଟ । ତେବେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ ଓ ମାରନଙ୍କ ଭାଗିଦାରୀ ବଳରେ ଟ୍ରାକ୍‌କୁ ଫେରିଥିଲା ଅଷ୍ଟ୍ରେଲିଆ । ମାତ୍ର ଶତକଠାରୁ ଦୁଇ ରନ ଦୂରରେ ଥିବା ଷ୍ଟିଭ ସ୍ମିଥଙ୍କୁ କୁଳଦୀପ ଜାଦବ ବୋଲ୍ଡ କରିବା ପରେ ଟଳମଳ ହୋଇଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ ଅର୍ଡର । ପରେ କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଉଲ୍ଳେଖନୀୟ ପ୍ରଦର୍ଶନ କରିପାରିନଥିଲେ । 

ଅନ୍ୟପଟେ ସର୍ବାଧିକ 3 ୱିକେଟ ନେଇଥିବା ପେସର ମହମ୍ମଦ ଶାମି ଆଉ ଏକ ଦିନିକିଆ ହ୍ୟାଟ୍ରିକ୍‌ ନେବରୁ ବଞ୍ଚିତ ହୋଇଛନ୍ତି । ଶାମିଙ୍କ ବ୍ୟତିତ ନବଦୀପ ସାଇନି, ରବିନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।   

ସେହିପରି ଭାରତ ପ୍ରଥମ ବ୍ୟାଟିଂରେ ପ୍ରଥମରୁ ଦଳକୁ ଭଲ ଆରମ୍ଭ ଦେଇଥିଲେ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ଯୋଡି । ମାତ୍ର 42ରନ କରି ଅର୍ଦ୍ଧଶତକ ଆଡକୁ ବଢୁଥିବା ବେଳେ ଜାମ୍ପାଙ୍କ ବଲରେ ଆଉଟ ହୋଇ ପାଭେଲିନ ଫେରିଥିଲେ ରୋହିତ । ପରେ ଅଧିନାୟକ କୋହଲି ଓ ଧୱନ ଭାରତୀୟ ପାଳିକୁ ସମ୍ଭାଳିଥିଲେ । ଦୁହେଁ 2ୟ ୱିକେଟରେ ଦଳୀୟ ସ୍କୋରକୁ 184ରେ ପହଞ୍ଚାଇ ଥିଲେ । ପରେ ଶକତ ଆଡକୁ ଅଗ୍ରସର ହୋଉଥିବା ଶିଖର ଧୱନଙ୍କୁ ପାଭିଲିଅନ ପଠାଇଥିଲେ କେନ ରିଚାର୍ଡସନ । 

ପରେ ଯୁବ ଶ୍ରେୟାସ ଆୟାର ମଧ୍ୟ ଶୀଘ୍ର ଆଉଟ ହୋଇଥିଲେ । ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଓ କୋହିଲଙ୍କ ଯୋଡି ଭାରତୀୟ ସ୍କୋରକୁ ଆଗକୁ ନେଇଥିଲେ । 78ରନ କରି କୋହଲି ଆଉଟ ହୋଇଥିବା ବେଳେ ଶେଷ ଆଡକୁ 80ରନ କରି ରାହୁଲ ପାଭେଲିଅନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା (20) ଅପରାଜିତ, ମନୀଷ ପାଣ୍ଡେ(2) ଓ ମହମ୍ମଦ ଶାମି(1) ଅପରାଜିତ ରହିଛନ୍ତି । ଅନ୍ୟପଟେ ଅତିଥି ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ 3 ୱିକେଟ ନେଇଥିଲେ ସ୍ପିନର ଆଡାମ ଜାମ୍ପା । 

Last Updated : Jan 17, 2020, 10:11 PM IST

ABOUT THE AUTHOR

...view details