ଓଡିଶା

odisha

ସିଡନୀ ଟେଷ୍ଟ ଡ୍ର, ଗ୍ରାଉଣ୍ଡରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ

By

Published : Jan 11, 2021, 1:47 PM IST

ସିଡନୀ ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ। 3ୟ ଟେଷ୍ଟ ମ୍ୟାଚ ହେଲା ଡ୍ର । ପନ୍ତ ଖେଳିଲେ 97ରନ୍‌ର ଇଂନିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସିଡନୀ ଟେଷ୍ଟ ଡ୍ର, ଗ୍ରାଉଣ୍ଡରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ
ସିଡନୀ ଟେଷ୍ଟ ଡ୍ର, ଗ୍ରାଉଣ୍ଡରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା 3ୟ ଟେଷ୍ଟ ମ୍ୟାଚର ଫଳାଫଳ ଡ୍ର ରହିଛି । ଭାରତ- ଅଷ୍ଟ୍ରେଲିଆ ମଧ୍ୟର ଏହି ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା । 407ରନ୍‌ର ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ଭାରତୀୟ ଟିମ କଙ୍ଗାରୁଦଳର ବିଜୟର ସ୍ବପ୍ନ ଧୂଳିସାତ୍‌ କରିଛି । ଟିମ ଇଣ୍ଡିଆ ସିଡନୀ ଟେଷ୍ଟର 4ର୍ଥ ପାଳିରେ 131 ଓଭର ଖେଳିଛି । 80ବର୍ଷ ପରେ ଟେଷ୍ଟ କ୍ରିକେଟରେ ଦୀର୍ଘ 4ର୍ଥ ଇଂନିସ ଖେଳାଯାଇଛି ।

ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଟିମକୁ ଭଲ ଆରମ୍ଭ ଦେଇଥିଲେ । ଗିଲ 31 ଓ ରୋହିତ 52ରନ୍‌ ସଂଗ୍ରହ କରିଥିଲେ । ଏହାପରେ ପୂଜାରା ଓ ପନ୍ତ 148ରନ୍‌ର ପାର୍ଟରସିପ୍‌ ଖେଳିଥିଲେ । ପୂଜାରା 77ରନ କରିଥିବାବେଳେ ମାତ୍ର ଶତକ ପାଇଁ 3ରନ୍‌ ଥିବାବେଳେ କ୍ୟାଚ ଆଉଟ୍‌ ହୋଇଥିଲେ ।

ଅନ୍ତିମରେ ଅଶ୍ବିନ ଓ ହନୁମା ବିହାରୀ କ୍ରିଜରେ ରହି ମ୍ୟାଚକୁ ଡ୍ର କରିଥିଲେ । ଭାରତ 2ୟ ଇଂନିସରେ 5 ଓ୍ବିକେଟ ହରାଇ 334ରନ୍‌ ସଂଗ୍ରହ କରିଥିଲା ।

4ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଏବେ ବେଶ୍‌ ରୋମାଞ୍ଚକର ମୋଡରେ ରହିଛି । ବର୍ତ୍ତମାନ ସିରିଜ 1-1 ବାରବରରେ ରହିଛି । ତେବେ 4ର୍ଥ ଟେଷ୍ଟ ମ୍ୟାଚ ନିର୍ଣ୍ଣୟ କରିବ ବର୍ଡର -ଗାଭାସ୍କାର ଟ୍ରଫିର ବିଜେତା କିଏ ।

ABOUT THE AUTHOR

...view details