ଓଡିଶା

odisha

ETV Bharat / sports

ପ୍ରଥମ ଟି-20: ନୂଆ ସେନା ସହ କାରବିଆନ ଦମନ କରିବ ବିରାଟ ବାହିନୀ - ବିରାଟ ବାହିନୀ

ଶନିବାରଠାରୁ ୱେଷ୍ଟଇଣ୍ଡିଜ୍‌ ଗସ୍ତର ପ୍ରଥମ ପରୀକ୍ଷା । ସ୍ଥାନୀୟ ସେଣ୍ଟ୍ରାଲ ବ୍ରୋଡ ରିଜୋନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚ । ଭାରତୀୟ ସମୟ 2.30ରେ ଆରମ୍ଭ ହେବ ଲଢେଇ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Aug 2, 2019, 11:29 PM IST

Updated : Aug 2, 2019, 11:54 PM IST

ଲାଉଡେରହିଲ୍: ଫେଲ ମାରିଲା ମିଶନ ଦିନିକିଆ ବିଶ୍ବକପ । ଏବେ ଟାର୍ଗେଟ 2020ରେ ଟି-20 ବିଶ୍ବକପ । ଏଥିପାଇଁ ବିରାଟ ସେନା ଆଗରେ ପ୍ରଥମ ଚାଲେଞ୍ଜ, କାରବିଆନ କଣ୍ଟା । ପୁଣିଥରେ ପରୀକ୍ଷା ହେବ ବିରାଟ ବାହିନୀର ଦକ୍ଷତା । ଶନିବାରଠାରୁ ୱେଷ୍ଟଇଣ୍ଡିଜ୍‌ ଗସ୍ତର ପ୍ରଥମ ପରୀକ୍ଷା । ସ୍ଥାନୀୟ ସେଣ୍ଟ୍ରାଲ ବ୍ରୋଡ ରିଜୋନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚ । ଭାରତୀୟ ସମୟ 2.30ରେ ଆରମ୍ଭ ହେବ ଲଢେଇ ।

ତେବେ ବିଶ୍ବକପରୁ ଘାଇଲା ହୋଇ ଫେରିଥିବା ଭାରତୀୟ ଦଳର ଏହା ହେବ ପ୍ରଥମ ମ୍ୟାଚ । ସେନାରେ ଅଧିକାଂଶ ନୂଆ ମୁଁହ । ସେପଟେ ସେନାପତି ବିରାଟଙ୍କ ସାଙ୍ଗରେ ନାହାଁନ୍ତି ‘କଟପ୍ପା ଧୋନି’ । ସେହିପରି ପେସ ଷ୍ଟାର ଜସପ୍ରୀତ୍‌ ବୁମରା ମଧ୍ୟ ବିଶ୍ରାମ ନେଇଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଦଳରେ ସାମିଲ ହୋଇ ନାହାଁନ୍ତି । ତେବେ ତାଜା ତାଜା ଆରମ୍ଭ ହୋଇଥିବା ଘରୋଇ କଳି ସହ କ୍ୟାପଟେନ ଓ ଡେପ୍ୟୁଟି ଯୁବ ଦଳକୁ ଧରି ପଡିଆକୁ ଓହ୍ଲାଇବେ । ତେଣୁ ଏହା ଏକ ବଡ ଚାଲେଞ୍ଚ ସଦୃଶ ହେବ ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଯୁବ ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କୁ ନିଜର କରାମତି ଦେଖାଇବାକୁ ପଡିବ । ପାଣ୍ଡେ ଶେଷଥର ପାଇଁ ନଭେମ୍ବର, 2018ରେ ଭାରତ ପକ୍ଷରୁ ଖେଳିଥିଲେ । ଏପରି ପକ୍ଷରେ ବ୍ୟାଟିଂ ଲାଇନ ଅର୍ଡର ଦଳୀୟ ଏକାଦଶ ଓ ପନ୍ତଙ୍କ ମଧ୍ୟକ୍ରମରେ ପ୍ରଦର୍ଶନ ଫୋକସରେ ରହିବ ।

ସେହିପରି ସ୍ପିନ ବିଭାଗରେ କୁଳ-ଚା ଯୋଡି ଅନୁପସ୍ଥିତରେ ଦଳକୁ ଟର୍ଣ୍ଣିଂ ପଏଣ୍ଟରେ ଆଗକୁ ନେବେ ୱାଶିଂଟନ୍ ସୁନ୍ଦର । ପେସ୍‌ ଆଟାକ୍‌ର ଭାର ଖଲୀଲ ଅହମ୍ମଦ ତଥା ଦୀପକ ଚହରଙ୍କ କାନ୍ଧରେ ରହିବ । ତେବେ ଗବ୍ବର ଫିଟ୍‌ ହୋଇ ସାରିଥିବାରୁ ରୋହିଚଙ୍କ ସହ ଓପିନଂ କରିବେ । 3ୟ ସ୍ଥାନରେ ଖୋଦ୍‌ ଅଧିନାୟକ ଓ 4ର୍ଥ ସ୍ଥାନକୁ କେଏଲ ରାହୁଲ ଫେରିବେ । ତିନିବର୍ଷ ପୂର୍ବେ ରାହୁଲ ଏଠାରେ 110 ରନର ଅପରାଜିତ ଶତକୀୟ ଇନିଂସ୍ ଖେଳିଥିଲେ

ଅନ୍ୟପକ୍ଷରେ କାରିବିଆନ ମାଟିରେ ଏହି ଟି-20 ସିରିଜ ଏତେ ସହଜ ହେବନି । କାରଣ ୱେଷ୍ଟଇଣ୍ଡିଜ୍‌ ଦଳ ବର୍ତ୍ତମାନର ଟି-20 ଡିଫେଣ୍ଡିଂ ଚମ୍ପିଆନ । ଟିମକୁ ବିସ୍ଫୋରକ କାଇରନ୍ ପୋଲାର୍ଡ ଓ ସ୍ପିନର୍ ସୁନୀଲ ନାରିନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଏହି ସିରିଜରୁ କ୍ରିସ୍ ଗେଲଙ୍କୁ ବିଶ୍ରାମ ଦିଆଯାଇଛି । ଆହତ ଆନ୍ଦ୍ରେ ରସେଲଙ୍କ ମଧ୍ୟ ଟି-20 ଟିମରେ ସାମିଲ୍ କରାଯାଇଛି ।

  • ଭାରତୀୟ ସମ୍ଭାବ୍ୟ ଏକାଦଶ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ ।
  • ୱେଷ୍ଟଇଣ୍ଡିଜ୍ ଦଳ: ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍, କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), କୀମୋ ପଲ୍, ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, ଆନ୍ଥୋନୀ ବ୍ରାମ୍ବଲ୍, ଆନ୍ଦ୍ରେ ରସେଲ୍, ଖାରୀ ପିଏରୀ।
Last Updated : Aug 2, 2019, 11:54 PM IST

ABOUT THE AUTHOR

...view details