ବ୍ରିସବେନ: ଅଷ୍ଟ୍ରେଲିଆ ମାଟିରେ ଭାରତର ବାଜିମାତ୍ । ଗାବା ଗ୍ରାଉଣ୍ଡରେ ଘରୋଇ ଦଳ ଅଷ୍ଟ୍ରେଲିଆର 33ବର୍ଷର ବିଜୟଧାରାକୁ ଧ୍ବସ୍ତ କରିଛି । ଏଥିସହ ବର୍ଡର-ଗାଭାସ୍କର ଟ୍ରଫିକୁ ଜିଣିଛି ଭାରତୀୟ ଦଳ । 2-1ରେ ସିରିଜ ବିଜୟ ହାସଲ କରି ଦଳ ।
ଭାରତୀୟ କ୍ରିକେଟ ଟିମ୍ ରଚିଲା ଇତିହାସ । ଅଷ୍ଟ୍ରେଲିଆର ଗଡ କୁହାଯାଉଥିବା ଗାବା ଷ୍ଟାଡିୟମରେ ଭାରତୀୟ ଦଳ ଘରୋଇ ଟିମକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଗାବା ଷ୍ଟାଡିୟମରେ କଙ୍ଗାରୁ ଦଳର 33ବର୍ଷର ବିଜୟଧାରା ଧ୍ବସ୍ତ କରିଛି ଅନଭିଜ୍ଞ ଭାରତୀୟ ଦଳ ।
ବ୍ରିସବେନର ଅନ୍ତିମ ଦିନରେ ଶୁଭମନ ଗିଲ, ଋଷଭ ପନ୍ତ, ପୂଜାରାଙ୍କ ଲଢୁଆ ପାଳି ବଳରେ ଦଳ ଅଷ୍ଟ୍ରେଲିଆ ମାଟିରେ ହିଁ ପରାସ୍ତ କରି କ୍ରମାଗତ ଭାବେ 3ୟ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିଣିଛି ।
ବ୍ରିସବେନର ଅନ୍ତିମ ଦିନରେ ଶୁଭମନ ଗିଲ, ଋଷଭ ପନ୍ତ, ପୂଜାରାଙ୍କ ଲଢୁଆ ପାଳି ବଳରେ ଦଳ ଅଷ୍ଟ୍ରେଲିଆ ମାଟିରେ ହିଁ ପରାସ୍ତ କରି କ୍ରମାଗତ ଭାବେ 3ୟ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିଣିଛି । ଭାରତ 2017, 2018-19,2020-21 କ୍ରମାଗତ ବର୍ଡର-ଗାଭାସ୍କର ଟ୍ରଫି ଉପରେ ଆଧିପତ୍ୟ ଜାହିର କରିଛି ।
ଆଜିର ମ୍ୟାଚରେ ଗିଲ ସର୍ବାଧିକ 91ରନ୍ ସଂଗ୍ରହ କରିଥିବାବେଳେ ପୂଜାରା 56, ପନ୍ତ 89ରନ୍ରେ ଅପରାଜିତ ଇଂନିସ ଖେଳିଛନ୍ତି । ଗିଲ ଓ ପୂଜାରା 114ରନର ପାର୍ଟନରସିପ୍ ଇଂନିସ ଖେଳିଛନ୍ତି । ଏହାପରେ ପନ୍ତ ଓ ପୂଜାରା 61ରନ୍ର ପାର୍ଟନରସିପ୍ ଇଂନିସ ଖେଳିଥିଲେ । ଏହାପରେ ପନ୍ତ ଓ୍ବାସିଂଟନ ସୁନ୍ଦରଙ୍କ ସହ 53ରନ୍ର ପାର୍ଟନରସିପ ଇଂନିସ ଖେଳି ଭାରତକୁ ବିଜୟର ସ୍ବାଦ ଚଖାଇଛନ୍ତି ।
ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 369ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ପ୍ରଥମ ପାଳିରେ 336ରନ୍ କରିଲା । ଏହାପରେ ଘରୋଇ ଦଳ ଭାରତକୁ 328ରନ୍ର ଟାର୍ଗେଟ ଦେଇଥିଲା । ତେବେ ଭାରତର ଅନଭିଜ୍ଞ ସ୍କ୍ବାର୍ଡ ନିଜର ସାନଦାର ଓ ଲଢୁଆ ଖେଳର ପ୍ରଦର୍ଶନ କରି ବର୍ଡର-ଗାଭାସ୍କର ଟ୍ରଫିକୁ ଜିଣିଛି ।
ଏହି ବିଜୟ ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ 2ୟ ସ୍ଥାନ ହାସଲ କରିଛି ।