କାନବେରିଆ: ବହୁ ପ୍ରତିକ୍ଷିତ ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ଉତ୍ସାହ ବୃଦ୍ଧିପାଇଛି । ଷ୍ଟାଡିୟମରେ ଦର୍ଶକ ନରହିବା ଯୋଗୁଁ ଏହି ସିରିଜ ଗ୍ରହଣୟୀତା ହରାଇବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ନିଷ୍ପତି ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରିଦେଇଛି ।
ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଶୁକ୍ରବାର ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । 40,000 ଦର୍ଶକ କ୍ଷମତା ଥିବା ଷ୍ଟାଡିୟମରେ 10,000 ଦର୍ଶକଙ୍କୁ ଅନୁମତି ମିଳିପାରିବ ବୋଲି ମରିସନ ସ୍ପଷ୍ଟ କରିଛନ୍ତି ।
ଭାରତୀୟ ଟିମ ଚଳିତ ବର୍ଷ ଶେଷ ଭାଗରେ ଡିସେମ୍ବର 3ରେ ଅଷ୍ଟ୍ରେଲିଆ ଗସ୍ତ କରିବାର ସୂଚୀ ରହିଛି । 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଗାବା, ଆଡିଲେଡ ଏମସିଜି ଓ ଏସସିଜି ଗ୍ରାଉଣ୍ଡରେ ଖେଳାଯିବା ନେଇ ଘୋଷଣା ହୋଇଛି ।