ହାଇଦ୍ରାବାଦ: ବିଶ୍ବକପ ପରାଜୟ ପରେ ଶାସ୍ତ୍ରୀଙ୍କ ପଦ ଏବେ ଟଳମଳ । କିଛି କ୍ରିକେଟ ସମୀକ୍ଷକ ଓ ସମାଲୋଚକ ଶାସ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ବିରାଟ ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି । ମାତ୍ର ବିରାଟଙ୍କ ପକ୍ଷକୁ ବାଣ ମାରିବା ପରି ଶାସ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୋବିନ ସିଂ । ରୋବିନ କହିଛନ୍ତି, ଦୁଇଟି ବିଶ୍ବକପ ପରାଜୟ ପରେ ଶାସ୍ତ୍ରୀ ବଦଳିବା ଦରକାର ।
‘ଦୁଇଟି ବିଶ୍ଵକପରେ ହରେଇଲେ ଶାସ୍ତ୍ରୀ, ଏବେ ବଦଳିବା ଦରକାର’ - ବିଶ୍ଵକପ
ଶାସ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୋବିନ ସିଂ । ରୋବିନ କହିଛନ୍ତି, ଦୁଇଟି ବିଶ୍ବକପ ପରାଜୟ ପରେ ଶାସ୍ତ୍ରୀ ବଦଳିବା ଦରକାର ।
![‘ଦୁଇଟି ବିଶ୍ଵକପରେ ହରେଇଲେ ଶାସ୍ତ୍ରୀ, ଏବେ ବଦଳିବା ଦରକାର’](https://etvbharatimages.akamaized.net/etvbharat/prod-images/768-512-3984304-thumbnail-3x2-cc.jpg)
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଉଲ୍ଲେଖଥାଉ, ନୂତନ କୋଚିଂ ଷ୍ଟାଫ ପାଇଁ ବିସିସିଆଇ ଆବେଦନ ଗ୍ରହଣ କରୁଛି । ତେବେ ରୋବିନ ସିଂହ ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି । ସେ ପୂର୍ବରୁ ଦଳର ସହାୟକ କୋଚ ରହିସାରିଛନ୍ତି । ତାଙ୍କ ସମୟରେ ଭାରତ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ପ୍ରଥମ ଟି-20 ବିଶ୍ଵକପ୍ ଜିତିଥିଲା ।
ରୋବିନ ଏକ ଇଂରାଜୀ ଖବରକାଗଜ ସହ ଆଲୋଚନା ବେଳେ କହିଛନ୍ତି, ‘‘ବର୍ତ୍ତମାନ କୋଚଙ୍କ ସମୟରେ ଭାରତ ଦୁଇ ଥର ଦିନିକିଆ ବିଶ୍ଵକପ ଓ ଟି-20 ବିଶ୍ଵକପର ସେମି ଫାଇନାଲରେ ପରାଜିତ ହୋଇଛି । ଏବେ ସମୟ ଆସିଛି 2023 ବିଶ୍ଵକପ୍ ପ୍ରସ୍ତୁତି ପାଇଁ’’ ।
Last Updated : Jul 30, 2019, 1:01 PM IST