ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ସିରିଜ ପାଇଁ 2 ସପ୍ତାହ କ୍ବାରେଣ୍ଟାଇନରେ ରହିବାକୁ ଭାରତ ପ୍ରସ୍ତୁତ: ବିସିସିଆଇ - ଅଷ୍ଟ୍ରେଲିଆ ସିରିଜ

ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଖେଳାଳି ଦୁଇ ସପ୍ତାହ ନିଜକୁ କ୍ବାରେଣ୍ଟାଇନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁନ ଧୁମଲ । ଅଧିକ ପଢ଼ନ୍ତୁ...

india is ready for two weeks quarantine, make Australia tour happen, BCCI, Arun Dhumal, ଅରୁଣ ଧୁମଲ, 2 ସପ୍ତାହ କ୍ବାରେଣ୍ଟାଇନ ପାଇଁ ପ୍ରସ୍ତୁତ ଭାରତ, ଅଷ୍ଟ୍ରେଲିଆ ସିରିଜ, ବିସିସିଆଇ
ଅଷ୍ଟ୍ରେଲିଆ ସିରିଜ ପାଇଁ 2 ସପ୍ତାହ କ୍ବାରେଣ୍ଟାଇନ ଲାଗି ପ୍ରସ୍ତୁତ ଭାରତ

By

Published : May 8, 2020, 7:50 PM IST

ନୂଆଦିଲ୍ଲୀ: କ୍ରିକେଟ କ୍ୟାଲେଣ୍ଡରକୁ ଓଲଟପାଲଟ କରିଦେଇଛି ମହାମାରୀ କୋରୋନା। ଯାହାପରେ ଚଳିତ ବର୍ଷ ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ପ୍ରଶ୍ନ ଉଠିଛି। ଚଳିତ ବର୍ଷ ଦ୍ବିପାକ୍ଷିକ ସିରିଜ ପାଇଁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ କରୋନା ମହାମାରୀ ପରେ କ୍ରିକେଟ ଜଗତ କିପରି ଦେଖାଯିବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟ ବୋର୍ଡର କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି ଯେ ଦ୍ବିପାକ୍ଷିକ ସିରିଜ ଖେଳିବା ପାଇଁ ଭାରତ ସମସ୍ତ ସୁରକ୍ଷା ପଦକ୍ଷେପ ନେବାକୁ ପ୍ରସ୍ତୁତ।

ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଭାରତ ଏକ କ୍ବାରେଣ୍ଟାଇନ ଅବଧି ପୂରଣ କରିବାକୁ ଇଚ୍ଛୁକ, ବୋଲି କହିଛନ୍ତି ଧୁମଲ । “ଆଉ କୌଣସି ବିକଳ୍ପ ନାହିଁ । ଆପଣ କ୍ରିକେଟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେଣୁ ସମସ୍ତଙ୍କୁ ତାହା କରିବାକୁ ପଡ଼ିବ,’’ ବୋଲି ସେ କହିଛନ୍ତି। “ଦୁଇ ସପ୍ତାହ ଏତେ ଲମ୍ବା ଲକଡାଉନ ନୁହେଁ । ଏହା ଯେକୌଣସି କ୍ରୀଡ଼ାବିତ ପାଇଁ ସହଜ ହେବ କାରଣ ଯେତେବେଳେ ଆପଣ ଏତେ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ଥା’ନ୍ତି, ତା’ପରେ ଅନ୍ୟ ଦେଶକୁ ଯାଇ ଦୁଇ ସପ୍ତାହ ଲକଡାଉନ୍ କରିବା ଉଚିତ ହେବ । ଏହି ଲକଡାଉନ ପରେ ପରିସ୍ଥିତି କ’ଣ ରହିବ ତାହା ଆମକୁ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଚଳିତ ବର୍ଷ ଆରମ୍ଭରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରସ୍ତାବ ଦେଇଥିଲା । ଧୁମଲ ଏହି ପ୍ରସ୍ତାବକୁ ଏଡ଼ାଇ ଦେଇ ନ ଥିବା ବେଳେ ଅଧିକ ସୀମିତ ଓଭର କ୍ରିକେଟ ଖେଳିବା ଭଲ ହେବ ବୋଲି କହିଛନ୍ତି । କାରଣ ଏହା ଅଧିକ ଆୟ କରିବାରେ ସହାୟକ ହେବ । ସେ କହିଛନ୍ତି, “କ୍ରିକେଟ ଆରମ୍ଭ ହେବା ନେଇ ଆମେ ଥରେ ସ୍ପଷ୍ଟ ହୋଇଗଲା ପରେ ହିଁ ଆମେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ସମର୍ଥ ହେବୁ ।’’

“ପାଞ୍ଚଟି ଟେଷ୍ଟ ଖେଳାଯିବା ନେଇ ଆଲେଚନା ଲକଡାଉନ ପୂର୍ବରୁ ହୋଇଥିଲା। ଯଦି ସୁବିଧା ହୁଏ ତେବେ ଏହା ବୋର୍ଡ ଉପରେ ନିର୍ଭର କରିବ ଯେ, ସେମାନେ ଗୋଟିଏ ଟେଷ୍ଟ ମ୍ୟାଚ, କିମ୍ବା ଦୁଇଟି ଦିନିକିଆ କିମ୍ବା ଦୁଇଟି ଟି-20 କରିବା ପାଇଁ ଚାହୁଁଛନ୍ତି । ଲକଡାଉନ କାରଣରୁ ତାଙ୍କୁ ଯେଉଁ ରାଜସ୍ବର କ୍ଷତି ହୋଇଛି, ଲକଡାଉନ ପରେ ସେହି ରାଜସ୍ବ କ୍ଷତିକୁ ଭରଣା କରିବା ପାଇଁ ଚାହିଁବେ । ଆଉ ଟେଷ୍ଟ ମ୍ୟାଚ ଅପେକ୍ଷା ଦିନିକିଆ ଓ ଟି-20ରେ ଅଧିକ ଆୟ ହୋଇ ପାରିବ ।’’

ଧୁମଲ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଯେକୌଣସି ବୋର୍ଡ ପାଇଁ ଏହି ଲକଡାଉନ ଏବଂ କୋଭିଡ-19 ହେତୁ ବହୁ ରାଜସ୍ବ କ୍ଷତି ହୋଇଛି, ତେଣୁ ସେମାନଙ୍କୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ । ଚଳିତ ବର୍ଷ ଟି -20 ବିଶ୍ବକପ ଆୟୋଜନ ହେବାର ସମ୍ଭାବନା ନେଇ ବିସିସିଆଇର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟିମ ଗୁଡିକ ଲକଡାଉନରୁ ବାହାରିବା ସଙ୍ଗେ ସଙ୍ଗେ ଏକ ବିଶ୍ବସ୍ଥରୀୟ ଇଭେଣ୍ଟ ଆୟୋଜନ କରିବା କଷ୍ଟକର ।

“ସେମାନେ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରେଇ ରହିଥିବେ । ଦୀର୍ଘ ସମୟ ଧରି ବିନା ଅଭ୍ୟାସ ଓ ପ୍ରଶିକ୍ଷଣରେ ସିଧାସଳଖ ଯାଇ ବିଶ୍ବକପ ଖେଳିପାରିବେ କି ? “ପ୍ରତ୍ୟେକ ବୋର୍ଡକୁ ଏନେଇ ନିଷ୍ପତ୍ତି ନେବାକୁ ହେବ ।’’ ଚଳିତ ବର୍ଷ ଆଇପିଏଲ ଆୟୋଜନ କରିବାର ଯୋଜନା ସମ୍ପର୍କରେ ବିସିସିଆଇ କୋଷାଧ୍ୟକ୍ଷ କହିଛନ୍ତି ଯେ ବୋର୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । ଧୁମଲ କହିଛନ୍ତି ଯେ, ‘‘ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଯୋଜନା କରିନାହୁଁ । “ଆମେ ଏପର୍ଯ୍ୟନ୍ତ ଆଇପିଏଲ ଆୟୋଜନ ବିଷୟରେ ଚିନ୍ତା କରିପାରିବୁ ନାହିଁ ।

“ଅନ୍ୟ ଦେଶରୁ ଆସୁଥିବା ଖେଳାଳିମାନେ, ସେମାନେ ଏଠାକୁ ଆସିବାକୁ ଇଚ୍ଛା କରିବେ କି ନାହିଁ, ଏବଂ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିବା ପରେ ଆଇପିଏଲ ଖେଳିବେ କି ନାହିଁ ତାହା ଜଣା ନାହିଁ । ଆମେ କିପରି ଆଇପିଏଲ ବିଷୟରେ ଚିନ୍ତା କରିପାରିବା ? ଏହା କେବଳ ଗଣମାଧ୍ୟମର କଳ୍ପନାଜଳ୍ପନା । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଶ୍ଚିତ ନାହିଁ । ଥରେ ସବୁ ଜିନିଷ ସ୍ପଷ୍ଟ ହୋଇଗଲେ, ଆମେ କ୍ରିକେଟକୁ ପୁନଃ ଆରମ୍ଭ କରିବା ବିଷୟରେ ଚିନ୍ତା କରିପାରିବା,’’ ବୋଲି ସେ କହିଛନ୍ତି।

ABOUT THE AUTHOR

...view details