ଓଡିଶା

odisha

By

Published : Aug 8, 2019, 9:23 PM IST

ETV Bharat / sports

ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଇଣ୍ଡିଜର ପ୍ରୋଭିନ୍ସ ଷ୍ଟାଡିୟମ, ଗୁଆନାରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । 50 ଓଭର ମ୍ୟାଚକୁ 43 ଓଭରକୁ ସୀମିତ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୁଆନା: ଆଜିଠୁ ଆରମ୍ଭ ହୋଇଯାଇଛି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3 ଟିକିଆ ଦିନିକିଆ ସରିଜର ପ୍ରଥମ ମ୍ୟାଚ । ଇଣ୍ଡିଜର ପ୍ରୋଭିନ୍ସ ଷ୍ଟାଡିୟମ, ଗୁଆନାରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ ହୋଇଥିଲା । 50 ଓଭର ବଦଳରେ ଏହି ମ୍ୟାଚ 43 ବିଶିଷ୍ଟ ଖେଳାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଆଜିର ଏହି ମ୍ୟାଚରେ ଭାରତୀୟ ଦଳର ଅନ୍ତିମ ଏକାଦଶରେ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେହିପରି ଓ୍ବେଷ୍ଟଇଣ୍ଡିଦ ଟିମରୁ କିମୋ ପଲ, ଓସାନେ ଥୋମାସ ଓ ଜନ କାମ୍ପବେଲ ବାଦ ପଡିଛନ୍ତି ।

ଟି20 ସିରିଜକୁ 3-0ରେ କ୍ଳିନ ସୁଇପ କରିବାପରେ, ଟିମ ଇଣ୍ଡିଆ ଟାର୍ଗେଟରେ ଏବେ ଦିନିକିଆ ସିରିଜ ।


ଭାରତୀୟ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ,ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟକିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, କେଦାର ଯାଦବ

ୱେଷ୍ଟିଇଣ୍ଡିଜ ଏକାଦଶ: ଜାସନ ହୋଲ୍ଡର (କ୍ୟାପଟେନ), କ୍ରିସ ଗେଲ, ଜନ କାମ୍ପବେଲ, ଇଭିନ ଲୁଇସ, ସାଇ ହୋପ(ୱିକେଟକିପର), ସିମ୍ରନ ହେଟମେୟର, ରୋଷ୍ଟନ ଚେଜ, ପାବିଏଲ ଆଲେନ, କାର୍ଲସ ବ୍ରାଥୱେଟ, ସେଲଜନ କଟ୍ରେଲ, କିମାର ରୋଚ ।

ABOUT THE AUTHOR

...view details