ଓଡିଶା

odisha

ETV Bharat / sports

WI vs IND: ଟସ୍‌ ଜିତି ବିରାଟ ବାହିନୀର ଫିଲ୍ଡିଂ ନିଷ୍ପତ୍ତି - ଟି-20 ସିରିଜ

ଟି-20 ସିରିଜର ପ୍ରଥମ ମ୍ୟାଚରେ ବିରାଟ ସେନା ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି । ଟି-20 ସିରିଜରେ ବିରାଟ ସେନାରେ ଅଧିକାଂଶ ନୂଆ ମୁହଁ । ସେପଟେ ଆରମ୍ଭରୁ ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । 2 ଓଭର ସୁଦ୍ଧା 2ଟି ୱିକେଟ ନେଇଛି ଭାରତ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 3, 2019, 8:20 PM IST

ଫ୍ଲୋରିଡା: ଆରମ୍ଭ ହେଲା ଇଣ୍ଡିଜ ଗସ୍ତର ପ୍ରଥମ ପରୀକ୍ଷା । ସେଣ୍ଟ୍ରାଲ ବୋର୍ଡ ରିଜିଓନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚର ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛି ।

ତେବେ ବିଶ୍ବକପରୁ ଘାଇଲା ହୋଇ ଫେରିଥିବା ଭାରତୀୟ ଦଳର ଏହା ହେବ ପ୍ରଥମ ମ୍ୟାଚ । ଟି-20 ସିରିଜରେ ବିରାଟ ସେନାରେ ଅଧିକାଂଶ ନୂଆ ମୁହଁ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@windiescricket

ସୂଚନାଥାଉକି , ସେପଟେ ସେନାପତି ବିରାଟଙ୍କ ସାଙ୍ଗରେ ନାହାଁନ୍ତି ‘କଟପ୍ପା ଧୋନି’ । ସେହିପରି ପେସ ଷ୍ଟାର ଜସପ୍ରୀତ୍‌ ବୁମରା ମଧ୍ୟ ବିଶ୍ରାମ ନେଇଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଦଳରେ ସାମିଲ ହୋଇନାହାଁନ୍ତି । କାରବିଆନ ଦଳର ବିସ୍ଫୋରକ ଆଣ୍ଡ୍ରେ ରସେଲ ପ୍ରଥମ 2ଟି ଟି-20ରୁ ବାଦ୍ ପଡିଛନ୍ତି ।

ଭାରତୀୟ ଏକାଦଶ: ବିରାଟ କୋହଲି (କ୍ୟାପଟେନ୍), ରୋହିତ ଶର୍ମା, ଶିଖର ଧୱନ୍, ମନିସ ପାଣ୍ଡେ, ଋଷଭ ପନ୍ତ( ଓ୍ବିକେଟ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, କେ ଖଲୀଲ ଅହମ୍ମଦ, କୃଣାଲ ପାଣ୍ଡେ, ନବଦୀପ ସୈନି ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍),ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍(ଓ୍ବିକେଟ କିପର), କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, , ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ,କିମୋ ପଲ ।

ABOUT THE AUTHOR

...view details