ଓଡିଶା

odisha

ETV Bharat / sports

NZ vs IND: ଆଗୁଆ ସିରିଜ କବ୍ଜା ଲକ୍ଷ୍ଯରେ ବିରାଟ ବାହିନୀ

ହାମିଲଟନ ଠାରେ 3ୟ ମ୍ୟାଚ ଜିତି ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-20 ସିରିଜ ଜିତିବା ଲକ୍ଷ୍ୟରେ ବିରାଟ ବାହିନୀ ।

By

Published : Jan 29, 2020, 5:29 AM IST

newzealand vs india
newzealand vs india

ହାମିଲଟନ: କ୍ବିଓ୍ବି ଦଳ ବିପକ୍ଷରେ 2ଟି ମ୍ୟାଚରେ ଭାରତ ସାନଦାର୍‌ ପ୍ରଦର୍ଶନ କରି 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 2-0ରେ ଆଗୁଆ ରହିଛି । ଆଜି ଉଭୟ ଦଳ ମଧ୍ୟରେ 3ୟ ଟି-20 ମ୍ୟାଚ ଖେଳାଯିବ । ଏହା ପୂର୍ବରୁ 2ଟି ମ୍ୟାଚ ଅକଲାଣ୍ଡରେ ଖେଳାଯାଇଥିଲା । ଆଜି 3ୟ ମ୍ୟାଚଟି ହାମିଲଟନ ସ୍ଥିତ ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯିବ ।

ପୂର୍ବ 2ଟି ମ୍ୟାଚରେ ଭାରତ ବିଜୟ ହାସଲ କରିଥିବାରୁ ଭାରତର ଆତ୍ମବିଶ୍ବାସ ଦୃଢ ରହିଛି । ଆଜି ଯଦି ଭାରତ ମ୍ୟାଚ ଜିତିଯାଏ , ଆଗୁଆ ସିରିଜ କବ୍ଜା କରିବ ।

ବର୍ତ୍ତମାନ ସୁଦ୍ଧା ଭାରତର ବିଜଯରେ କେ ଏଲ ରାହୁଲ, ଶ୍ରେୟସ ଆୟରଙ୍କ ଭୂମିକା ବେଶ୍‌ ମହତ୍ତ୍ବ ରହିଛି । ଅଧିନାୟକ ବିରାଟ ବି ବେଶ୍‌ ଭଲ ଫର୍ମରେ ରହିଛନ୍ତି । କିନ୍ତୁ ହିଟ୍‌ମ୍ୟାନଙ୍କ ବ୍ୟାଟିଂ ଯାଦୁ 2ଟି ମ୍ୟାଚରେ ଦେଖିବାକୁ ମିଳି ନଥିଲା । ଆଶା ରହିଛି ଏହି ମ୍ୟାଚରେ ରୋହିତଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳିବ ।

ଭାରତ ବନାମ ନ୍ୟୁଜିଲାଣ୍ଡ

ବୋଲରଙ୍କ ପାଇଁ ଏହି ଗ୍ରାଉଣ୍ଡ ବେଶ୍‌ ଭଲ । ଅକଲାଣ୍ଡ ଗ୍ରାଉଣ୍ଡ ଠାରୁ ହାମିଲଟନର ବାଉଣ୍ଡ୍ରିଜ ବଡ ଥିବାରୁ ଉଭୟ ଦଳର ବୋଲରଙ୍କୁ ଲାଭ ମିଳିବ ।

ଭାରତୀୟ ଟିମ

ଅନ୍ୟପଟେ ଆୟୋଜକ ଦଳ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଯଦି କ୍ବିଓ୍ବି ଟିମ ମ୍ୟାଚ ହାରିଯାଏ ,ସିରିଜ୍‌ ହାତଛଡା ହୋଇଯିବ । ଏହାକୁ ନଜର ରଖି କେନ୍‌ଙ୍କ ଟିମକୁ ସମସ୍ତ ବଭାଗରେ ସୁଧାର ଆଣିବାକୁ ପଡିବ । ଏଥିପାଇଁ ଅନ୍ତିମ-11ରେ ପରବର୍ତ୍ତନ କରି ପାରନ୍ତି ଅଧିନାୟକ କେନ ଓ୍ବିଲିୟମସନ । ବୋଲର ବ୍ଳେଆର ଟିକନେରଙ୍କ ସ୍ଥାନରେ ଡାର୍ଲି ମିଶେଲ ଓ ସ୍କଟ କୁଗଲେଜିନଙ୍କୁ ସୁଯୋଗ ଦେଇ ପାରନ୍ତି ।

ନ୍ୟୁଜିଲାଣ୍ଡ ସାମ୍ଭାବ୍ୟ ଏକାଦଶ: କଲିନ ମନ୍ରୋ, କେନ ୱିଲିୟମସନ(କ୍ୟାପଟେନ), ମାର୍ଟିନ ଗୁପ୍ଟିଲ, ରସ ଟେଲର, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ଟିମ ସୈଫର୍ଟ(ୱିକେଟ କିପର), ଡାର୍ଲି ମିଶେଲ , ହାମିସ ବେନଟ, ଇସ ଶୋଧି, ଟିମ ସାଉଦୀ।

କେ ଏଲ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରୋହିତ ଶର୍ମା, ଶ୍ରେୟସ ଆୟର, ବିରାଟ କୋହଲି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଜସପ୍ରୀତ ବୁମରା, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ।

ABOUT THE AUTHOR

...view details