ଓଡିଶା

odisha

ETV Bharat / sports

ନିର୍ଣ୍ଣାୟକ ଲଢେଇରେ ଦୁଇ ଶ୍ରେଷ୍ଠ ଦଳର ଶକ୍ତିପରୀକ୍ଷା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚ । 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ 2-2ରେ ବରାବର ରହିଛି । ଅଧିକ ପଢନ୍ତୁ...

By

Published : Mar 20, 2021, 4:26 PM IST

India, England brace for the battle of supremacy in series-decider
ନିର୍ଣ୍ଣାୟକ ଲଢେଇରେ ଦୁଇ ଶ୍ରେଷ୍ଠ ଦଳର ଶକ୍ତିପରୀକ୍ଷା

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶନିବାର ଖେଳାଯିବ ଟି-20 ସିରିଜର ନିର୍ଣ୍ଣାୟକ ମ୍ୟାଚ । 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ 2-2ରେ ବରାବର ରହିଛି । ପ୍ରଥମ ମ୍ୟାଚ ଇଆନ ମୋର୍ଗାନଙ୍କ ଦଳ ଜିତିବା ପରେ ଦ୍ବିତୀୟ ମ୍ୟାଚରେ ବିଜୟ ସହ ସିରିଜ ବରାବର କରିଥିଲା ଭାରତ । ପରେ ତୃତୀୟ ମ୍ୟାଚରେ ଘରୋଇ ଦଳକୁ ମାଚ ଦେଇ 2-1ରେ ଆଗୁଆ ହୋଇଥିଲା ଇଂଲଣ୍ଡ । ମାତ୍ର ରୋମାଞ୍ଚକର 4ର୍ଥ ମୁକାବିଲାକୁ 8 ରନରେ ଜିତିବା ସହ ପୁନର୍ବାର ସିରିଜକୁ କମବ୍ୟାକ କରିଛି ବିରାଟ ବାହିନୀ । ଫଳରେ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିରିଜ ବିଜୟ ପାଇଁ ନିର୍ଣ୍ଣାୟକ ଲଢେଇ ହେବ । ଆଗାମୀ ଟି-20 ବିଶ୍ବକପ ପାଇଁ ଶକ୍ତିଶାଳୀ ଟିମ ପ୍ରସ୍ତୁତ ପୂର୍ବରୁ ଏହି ନିର୍ଣ୍ଣାୟକ ମୁକାବିଲା ସହାୟକ ହେବ ବୋଲି କୁହାଯାଉଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚ

ଚଳିତ ବର୍ଷ ଶେଷ ଭାଗରେ ଫଟାଫଟ କ୍ରିକେଟର ବିଶ୍ବକପ ଘରୋଇ ମାଟିରେ ଖେଳିବା ଭାରତ । ଫଳରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବ ପ୍ରସ୍ତୁତି ପୂର୍ବକ ଏକାଧିକ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ ପ୍ରଭାବୀ ବୋଲରଙ୍କୁ ଏହି ସିରିଜରେ ସୁଯୋଗ ଦେଇଛି ଦଳ ।

ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ ମ୍ୟାଚରେ ଧମାକାଦାର ବିଜୟୀ ଇଂନିସ ଖେଳି ପ୍ରଭାବିତ କରିଛନ୍ତି । ପରେ କ୍ୟାପଟେନ ବିରାଟ କୋହିଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କୁ ନେଇ ଭାରତର ଶକ୍ତିଶାଳୀ ବ୍ୟାଟିଂକ୍ରମ ରହିଛି ।

ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ଖେଳାଯିବା ଟିମ ଇଣ୍ଡିଆର ଯୋଜନା ମଧ୍ୟ ଗତ ମ୍ୟାଚରେ ସଫଳ ହୋଇଥିଲା । ତେବେ ଓପନର କେଏଲ ରାହୁଲ ଶେଷ 4ଟି ମ୍ୟାଚରେ ଯଥାକ୍ରମେ 1, 0, 0, 14 ରନ କରିଥିବାରୁ ଖରାପ ଫର୍ମ ଚିନ୍ତା ବଢାଇଛି । ଏପରିକି ରାହୁଲଙ୍କ ସ୍ଥାନରେ ଇଶାନଙ୍କୁ ସ୍ଥାନ ମିଳିବା ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଜେସନ ରୟ, ଜସ ବଟଲର ଡେୱିଡ ମଲାନ, ଜନ୍ନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ ଓ କ୍ୟାପଟେନ ମୋର୍ଗାନ ନିର୍ଣ୍ଣାୟକ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଲକ୍ଷ୍ୟରେ ରହିବେ । କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚର ଓ ମାର୍କ ଉଡ ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ବିଶ୍ବକପ ପୂର୍ବରୁ ଏପରି ଚାପରେ ଖେଳିବା ଦଳ ପାଇଁ ଭଲ ଅଭିଜ୍ଞତା ହେବ ବୋଲି କହିଛନ୍ତି କ୍ୟାପଟେନ ମୋର୍ଗାନ ।

ତେବେ ସିରିଜ ବରାବାର ଥିବାରୁ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଟି-20 ଫର୍ମାଟର ଦୁଇ ଶକ୍ତିଶାଳୀ ଟିମ ।

ସ୍କ୍ବାଡ:

ଭାରତ:ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ଦୀପକ ଚହର, ରାହୁଲ ତେୱାତିଆ, ଇଶାନ କିଶନ ।

ଇଂଲଣ୍ଡ:ଇଆନ ମୋର୍ଗାନ(କ୍ୟାପଟେନ), ଜସ ବଟଲର, ଜେସନ ରୟ, ଲିଆମ ଲିଭିଂଷ୍ଟୋନ, ଡେୱିଡ ମଲାନ, ବେନ ଷ୍ଟୋକ୍ସ, ମୋଇନ ଅଲୀ, ଆଦିଲ ରସିଦ, ରିସ ଟପଲେ, କ୍ରିସ ଜୋର୍ଡାନ, ମାର୍କ ଉଡ, ସାମ କରନ, ଟମ କରନ, ସାମ ବିଲିଙ୍ଗ, ଜନ୍ନି ବେୟାରଷ୍ଟୋ, ଜୋଫ୍ରା ଆର୍ଚର ।

ମ୍ୟାଚ ଆରମ୍ଭ ସମୟ ସନ୍ଧ୍ୟା 7.00 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details