ଓଡିଶା

odisha

By

Published : Dec 13, 2020, 10:24 PM IST

ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ ଏ: ଅଭ୍ୟାସ ମ୍ୟାଚ ଅମୀମାଂସିତ

ଭାରତ ବିପକ୍ଷ ପିଙ୍କ୍ ବଲ ଅଭ୍ୟାସ ଟେଷ୍ଟ ମ୍ୟାଚରେ ପରାଜୟରୁ ବର୍ତ୍ତିଲା ଅଷ୍ଟ୍ରେଲିଆ ଏ । ଅଧିକ ପଢନ୍ତୁ...

India dominate drawn pink-ball tour game in Sydney
ଭାରତ ବନାମ ଅଷ୍ଟ୍ରେଲିଆ ଏ: ଅଭ୍ୟାସ ମ୍ୟାଚ ଅମୀମାଂସିତ

ସିଡନି: ଭାରତ ବିପକ୍ଷ ପିଙ୍କ୍ ବଲ ଅଭ୍ୟାସ ଟେଷ୍ଟ ମ୍ୟାଚରେ ପରାଜୟରୁ ବର୍ତ୍ତିଲା ଅଷ୍ଟ୍ରେଲିଆ ଏ । ସିଡନି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି । ଭାରତର ପ୍ରଭାବୀ ପ୍ରଦର୍ଶନ ସତ୍ତ୍ବେ ଶେଷ ଦିନରେ ବେନ ମେକଡରମଟ ଓ ଜାକ ୱିଲଡରମୁଥଙ୍କ ଲଢୁଆ ଅପରାଜିତ ଶତକ ଯୋଗୁଁ ବିନା ଫଳାଫଳରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ ଶେଷ ହୋଇଛି ।

473 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ଏ ର ସ୍କୋର ଅନ୍ତିମ ସେସନ ସୁଦ୍ଧା 307/4 ରହିଥିଲା । ଫଳରେ ଉଭୟ ଟିମ ମ୍ୟାଚ ଅମୀମାଂସିତ ରଖିବାକୁ ନିଷ୍ପତ୍ତି କରିଥିଲେ । ମେକଡରମଟ 107 ଓ ୱିଲଡରମୁଥ 111 ରନର ଅପରାଜିତ ଇଂନିସ ଖେଳିଥିଲେ ।

ପୂର୍ବରୁ ଭାରତ 386/4ରେ ଦ୍ବିତୀୟ ଇଂନିସ ଘୋଷଣା କରିଥିଲା । ପିଙ୍କ୍ ବଲ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ଏ କୁ 473 ରନର ବିଜୟ ଲକ୍ଷ୍ୟ ଦେବାପରେ ଇଂନିସ ଘୋଷଣା କରିଥିଲା ଭ୍ରମଣକାରୀ ଦଳ ।

ସଂକ୍ଷିପ୍ତ ସ୍କୋର: ଭାରତ 194, 386/4 ଇଂନିସ ଘୋଷଣା, ଅଷ୍ଟ୍ରେଲିଆ ଏ 108 ଓ 307/4(ଜାକ ୱିଲଡରମୁଥ 111*, ବେନ ମେଡରମଟ 107*; ମହମ୍ମଦ ସାମି 2/58) ଫଳାଫଳ: ଅମୀମାଂସିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details