ଦୁବାଇ:ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଅର୍ଥଦଣ୍ଡ ଭୋଗିଛନ୍ତି ଭାରତୀୟ ଖେଳାଳି । ଅହମ୍ମଦାବାଦରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଦ୍ବିତୀୟ ଟି20ରେ ନିର୍ଦ୍ଧାରିତ ସମୟ ଠାରୁ ମନ୍ଥର ବୋଲିଂ କରିଥିଲା ଭାରତ । ଫଳରେ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭାରତୀୟ ଖେଳାଳିଙ୍କୁ ମ୍ୟାଚ ପାଉଣାର 20 ପ୍ରତିଶତ ଜୋରିମାନା ଆକାରରେ କାଟିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।
ଏହି ମ୍ୟାଚରେ ମ୍ୟାଚ ରେଫ୍ରୀ ରହିଥିଲେ ଜଗଭଲ ଶ୍ରୀନାଥ । ଟିମ ଇଣ୍ଡିଆକୁ ମିଳିଥିବା ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ରହିଥିଲା । ଫଳରେ ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ ରେଫ୍ରୀ ଶ୍ରୀନାଥ ଏହି ଅର୍ଥଦଣ୍ଡ ଲଗାଇଛନ୍ତି ।