ଓଡିଶା

odisha

ETV Bharat / sports

କ୍ରିକେଟର ସମସ୍ତ ଫର୍ମାଟରୁ ଅଲରାଉଣ୍ଡର ୟୁସୁଫ ପଠାନଙ୍କ ସନ୍ୟାସ - ୟୁସୁଫ ପଠାନ ସନ୍ୟାସ ଘୋଷଣା

କ୍ରିକେଟର ସମସ୍ତ ଫର୍ମାଟରୁ ଅଲରାଉଣ୍ଡର ୟୁସୁଫ ପଠାନ ସନ୍ୟାସ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

India all-rounder Yusuf Pathan announces retirement from all forms of cricket
କ୍ରିକେଟର ସମସ୍ତ ଫର୍ମାଟରୁ ଅଲରାଉଣ୍ଡର ୟୁସୁଫ ପଠାନଙ୍କ ସନ୍ୟାସ

By

Published : Feb 26, 2021, 5:27 PM IST

Updated : Feb 26, 2021, 6:16 PM IST

ହାଇଦ୍ରାବାଦ:ଗୋଟିଏ ଦିନରେ ଦୁଇଜଣ ଭାରତୀୟ କ୍ରିକେଟରଙ୍କ କ୍ରିକେଟରୁ ସନ୍ୟାସ ଘୋଷଣା । ଦ୍ରୁତ ବୋଲର ବିନୟ କୁମାରଙ୍କ ପରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଅଲରାଉଣ୍ଡର ୟୁସୁଫ ଫଠାନ ।

କର୍ଣ୍ଣାଟକ ଦ୍ରୁତ ବୋଲର ବିନୟଙ୍କ ପରି ଟ୍ବିଟ ଯୋଗେଁ ଭାବପ୍ରବଣପୂର୍ଣ୍ଣ ଅବସରକାଳୀନ ବାର୍ତ୍ତା ଲେଖି କ୍ରିକେଟକୁ ବିଦାୟ କହିଛନ୍ତି ୟୁସୁଫ । ଅବସରକାଳୀନର ବାର୍ତ୍ତାରେ ପଠାନ ଲେଖିଛନ୍ତି, "ଏବେ ବି ମନେଅଛି ଯେଉଁଦିନ ପ୍ରଥମ କରି ଭାରତୀୟ ଜର୍ସି ପିନ୍ଧିଥିଲି । ସେଦିନ କେବଳ ଜର୍ସି ପିନ୍ଧିନଥିଲି, ବରଂ ସମସ୍ତ ପରିବାରବର୍ଗ, କୋଚ ବନ୍ଧୁଙ୍କୁ ଦେଖାଇଥିଲି, ପୁରା ଦେଶ ଓ ନିଜର ଆଶା କାନ୍ଧରେ ଥିଲା । ପିଲାଦିନରୁ କ୍ରିକେଟ ଖେଳିବାକୁ ଆଗ୍ରହୀ ଥିଲି, କ୍ୟାରିୟରରେ ଅନ୍ତର୍ଜାତୀୟ ସ୍ତରୀୟ, ଘରୋଇ ଓ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବାର ସୁଯୋଗ ମିଳିଛି ।"

"ମାତ୍ର ଆଜିର ଦିନ ଅଳ୍ପ ନିଆରା, ଆଜି କୌଣସି ବିଶ୍ବକପ କିମ୍ବା ଆଇପିଏଲ ଫାଇନାଲ ନୁହେଁ ବରଂ ସମାନ ମହତ୍ବ ରଖୁଥିବା ଦିନଟିଏ । ଜୀବନର ଏହି ଇଂନିସରେ ପୂର୍ଣ୍ଣଛେଦ ଟାଣିବାର ସମୟ ଆଜି ଆସିଯାଇଛି । ଆନୁଷ୍ଠାନିକ ଭାବେ କ୍ରିକେଟରୁ ସନ୍ୟାସ ଘୋଷଣା କରୁଛି ।" ଟ୍ବିଟରେ ଏହା ଲେଖିଛନ୍ତି ପଠାନ ।

ୟୁସୁଫ ପଠାନ 2007 ଟି20 ବିଶ୍ବକପ ବିଜୟୀ ସ୍କ୍ବାଡ ଓ 2011 ବିଶ୍ବକପ ବିଜୟୀ ଭାରତୀୟ ସ୍କ୍ବାଡର ସଦସ୍ୟ ଥିଲେ । ଅଲରାଉଣ୍ଡର 2007 ଟି20 ବିଶ୍ବକପ ଫାଇନାଲ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ମହମ୍ମଦ ଆସିଫଙ୍କୁ ଫାଇନାଲ ମ୍ୟାଚର ପ୍ରଥମ ଓଭରରେ ଛକା ମାରି ଭାରତ ବିଜୟର ଶୁଭାରମ୍ଭ କରିଥିଲେ ।

2011 ବିଶ୍ବକପ ଫାଇନାଲରେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଲାଇଥିଲେ ପଠାନ । ଶ୍ରୀଲଙ୍କାକୁ ଫାଇନାଲରେ ହରାଇ ଦ୍ବିତୀୟ ଦିନିକିଆ ବିଶ୍ବ ଚମ୍ପିଆନ ହୋଇଥିଲା ଭାରତ ।

ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି ୟୁସୁଫ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟେଲ ବିଜେତା ମଧ୍ୟ ରହିଛନ୍ତି । 2008ରେ ରାଜସ୍ଥାନ ଓ 2012 ଓ 2014ରେ କେକେଆର ଆଇପିଏଲ ଟ୍ରଫି ହାତେଇଥିଲା ।

38 ବର୍ଷୀୟ ୟୁସୁଫ ପଠାନ ଭାରତ ପକ୍ଷରୁ 57 ଦିନିକିଆ, 22ଟି ଟି20 ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି ଓ ଉଭୟ ଫର୍ମାଟରେ ମୋଟ 1,046 ରନ ସଂଗ୍ରହ କରିଛନ୍ତି । ଉଭୟ ଫର୍ମାଟରେ 46 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । 2012 ମାର୍ଚ୍ଚ 30ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଶେଷ ଥର ପାଇଁ ଦେଶ ପାଇଁ ଏକ ଟି20 ମ୍ୟାଚରେ ନଜର ଆସିଥିଲେ ସିନିୟର ପଠାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2021, 6:16 PM IST

ABOUT THE AUTHOR

...view details