ଓଡିଶା

odisha

ETV Bharat / sports

କୋହଲିଙ୍କ ଡେବ୍ୟୁ ପରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ ହାରିନି ଭାରତ - ଶ୍ରୀଲଙ୍କା ବିପକ୍ଷରେ ସିରିଜ ହାରିନି ଭାରତ

କୋହଲିଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପରଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା 16ଟି ଦ୍ବିପାକ୍ଷିକ ସିରିଜରେ ପରାସ୍ତ ହୋଇଛି ଶ୍ରୀଲଙ୍କା। ଅଧିକ ପଢନ୍ତୁ...

Virat Kohli debut
ଶ୍ରୀଲଙ୍କା ବିପକ୍ଷରେ ସିରିଜ ହାରିନି ଭାରତ

By

Published : Jan 3, 2020, 10:11 AM IST

ଗୌହାଟୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ରବିବାରଠୁ ଆରମ୍ଭ ହେଉଛି। ଶ୍ରୀଲଙ୍କା ବିପକ୍ଷରେ ଭାରତର ସିରିଜ ବିଜୟର ରେକର୍ଡ ଦମଦାର ରହିଛି। 2008 ପର ଠାରୁ ଅର୍ଥାତ କୋହଲିଙ୍କ ଡେବ୍ୟୁ ପରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ସମସ୍ତ ସିରିଜରେ ଅପରାଜେୟ ରହିଛି ଭାରତ।

କୋହଲିଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପରଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା 16ଟି ଦ୍ବିପାକ୍ଷିକ ସିରିଜରେ ପରାସ୍ତ ହୋଇଛି ସିଂହଳ ଟିମ । କୋହଲିଙ୍କ ଡେବ୍ୟୁ ପରେ ଶ୍ରୀଲଙ୍କା ବିପକ୍ଷରେ 7ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ ଖେଳିଛି । ସେଥିରେ ସମସ୍ତ 7ଟି ସିରିଜରେ ବିଜୟୀ ହୋଇଛି ମେନ ଇନ ବ୍ଳୁ । ଟି20ରେ ଭାରତ କୋହଲିଙ୍କ ଡେବ୍ୟୁ ପରେ 6ଟି ଦ୍ବିପାକ୍ଷିକ ସିରିଜ ଖେଳିଛି । ସେଥିମଧ୍ୟରୁ 5ଟିରେ ବିଜୟବାନା ଉଡାଇଛି । 2009ରେ ଗୋଟିଏ ଟି20 ସିରିଜ ଅମିମୀସିଂତ ଭାବେ ଶେଷ ହେଇଥିଲା।

ଶ୍ରୀଲଙ୍କା ବିପକ୍ଷରେ କୋହଲି

ଅର୍ଥାତ ପ୍ରାୟ ବର୍ଷ ଧରି ଶ୍ରୀଲଙ୍କା ବିପକ୍ଷରେ ଭାରତର ପଲ୍ଲା ଭାରୀ ରହିଛି। ଏହି ସମୟ ମଧ୍ୟରେ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ମିଶାଇ 59ଟି ମ୍ୟାଚ ଉଭୟ ଟିମ ମଧ୍ୟରେ ଖେଳାଯାଇଛି। ସେଥମଧ୍ୟରୁ 44ଟିରେ ଟିମ ଇଣ୍ଡିଆ ବାଜିମାତ କରିଥିବାବେଳେ, 10ଟିରେ ପରାଜିତ ହୋଇଛି। ପରାଜୟ ମଧ୍ୟରେ 2014 ଟି20 ବିଶ୍ବକପ ଫାଇନାଲ ଓ 2017 ଚମ୍ପିଆନ୍ସ ଟ୍ରଫିର ଏକ ମ୍ୟାଚ ରହିଛି । ଶେଷଥର ପାଇଁ ଶ୍ରୀଲଙ୍କା ଭାରତକୁ 2008ରେ ପରାସ୍ତ କରିଥିଲା । ଅନିସ କୁମ୍ବଲେଙ୍କ ନେତୃତ୍ବରେ ଭାରତୀୟ ଦଳ 3 ମ୍ୟାଚ ବିଶିଷ୍ଟ ସିରିଜରେ ପରାଜିତ ହୋଇଥିଲା ।

ବିରାଟ କୋହଲିଙ୍କର ଶ୍ରୀଲଙ୍କା ବିପକ୍ଷରେ ବ୍ୟକ୍ତିଗତ ଭାବେ ଜବରଦସ୍ତ ପ୍ରଦର୍ଶନ ରହିଛି। 66.16 ଆଭରେଜରେ 13ଟି ଶତକ ଓ 17ଟି ଅର୍ଦ୍ଧଶତକ ସହ ମୋଟ 3507 ରନ ସଂଗ୍ରହ କରିଛନ୍ତି କୋହଲି। ଟି20ରେ ବିଶେଷ କରି ଅବିଶ୍ବସନୀୟ 94.44 ଆଭରେଜରେ ଶ୍ରୀଲଙ୍କା ବିପକ୍ଷରେ 4ଟି ମ୍ୟାଚରୁ 284 ରନ ସଂଗ୍ରହ କରିଛନ୍ତି। ଏ ଦୃଷ୍ଟିରୁ ଆଗାମୀ ସିରିଜରେ ଏକାକୀ କୋହଲି, ଶ୍ରୀଲଙ୍କା ଟିମ ଉପରେ ଭାରୀ ପଡିବାର ସମ୍ଭାବନା ରହିଛି।

ABOUT THE AUTHOR

...view details