ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣରଙ୍କ ଝିଅ ଇଣ୍ଡିରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ କୋହଲିଙ୍କ ବଡ ଫ୍ୟାନ୍ସ ପାଲଟି ଯାଇଛନ୍ତି । ନିଜକୁ ବିରାଟ କୋହଲି କହୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ତେବେ ଓ୍ବାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ ଝିଅର ଭିଡିଓଟିକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିସହ ଲେଖିଛନ୍ତି ଯେ, ଏହି ଛୋଟ ଝିଅଟି ଭାରତରେ ଅନେକ ସମୟ ବିତେଇଛନ୍ତି ଓ ସେ ବିରାଟ କୋହଲି ହେବାକୁ ଚାହାଁନ୍ତି ।