ଓଡିଶା

odisha

ETV Bharat / sports

ତୃତୀୟ ଟି-20: ଟସ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲା ଭ୍ରମଣକାରୀ ଦଳ । ଅଧିକ ପଢ଼ନ୍ତୁ...

By

Published : Dec 11, 2019, 7:17 PM IST

Ind vs WI T-20: West Indies win the toss
ତୃତୀୟ ଟି-20: ଟସ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ବିଜେତା ନିର୍ଣ୍ଣୟ କରିବ ୱାଙ୍ଖେଡେ ଠାରେ ଖେଳାଯାଉଥିବା ଆଜିର ମ୍ୟାଚ । ଟସ ଜିତି ଇଣ୍ଡିଜ ଦଳ ଅଧିନାୟକ କିରନ ପୋଲାର୍ଡ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେପଟେ ଉଭୟ ଦଳର ଅଧିନାୟକ ଟସ ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କୋହଲି କହିଛନ୍ତି ଯେ ‘ମୁଁ ଭାବୁଛି ଯେ ସ୍କୋର କରିବା ପାଇଁ ଏହା ଏକ ଭଲ ୱିକେଟ । ଗତ ମ୍ୟାଚରେ ଆମକୁ 15 ରନର ଅଭାବ ଥିଲା । ଫିଲ୍ଡିଂ ମଧ୍ୟ ଟି-20ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଦ୍ବିତୀୟ ଟି-20ରେ ଆମେ ସୁଯୋଗ ହାତଛଡ଼ା କରି ନଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା । ଜଣେ ବ୍ୟାଟ୍ସ ମ୍ୟାନ ଭାବେ ଆପଣ ପ୍ରଥମେ ଆପଣଙ୍କ ଜୋନରେ ରୁହନ୍ତି । ଏହି ଗ୍ରାଉଣ୍ଡରେ ସ୍କୋର କରିବା ସହଜ ହେବ । ଯେଉଁମାନେ 50 ରନ ସ୍କୋର କରି ପାରନ୍ତି ସେମାନେ ଅଧିକ 25 ରନ କରିବା ନେଇ ପ୍ରସ୍ତୁତ ହେବା ଦରକାର । ମ୍ୟାଚରେ ଆମେ ଦୁଇଟି ପରିବର୍ତ୍ତନ କରିଛୁ ଜାଡେଜାଙ୍କ ସ୍ଥାନରେ ସାମି ଓ ଚହଲଙ୍କ ସ୍ଥାନରେ କୁଲଦୀପଙ୍କୁ ସୁଯୋଗ ଦିଆଯାଇଛି ।

ସେପଟେ କିରନ ପୋଲାର୍ଡ କହିଛନ୍ତି ଯେ, ‘ଆମେ ପ୍ରଥମେ ଫିଲ୍ଡିଂ କରିବୁ । ଏହି ଗ୍ରାଉଣ୍ଡରେ ଦ୍ବିତୀୟ ବ୍ୟାଟିଂ କଲେ କାକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନୂଆ ୱିକେଟ, ଆମେ ଭାରତକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ । ଗତ ମ୍ୟାଚରେ ଭଲ ପ୍ରଦର୍ଶନ ଥିଲା । ଆମେ ଆହୁରି ସୁଧାର କରିବାକୁ ଚେଷ୍ଟା କରିବୁ । ଏହି ୱିକେଟରେ ଆମ ଖଳାଳି ନୂଆ ବଲରେ ବଲ ପ୍ରଦର୍ଶନ କରିବେ ବୋଲି ମୁଁ ଭାବୁଛି । ଆମ ଟିମରେ କୌଣସି ପରିବର୍ତ୍ତନ ନାହିଁ ।’

ଉଭୟ ଟିମର ଚୂଡାନ୍ତ ଏକାଦଶ

ଭାରତ
ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଋଷଭ ପନ୍ତ (ୱିକେଟ କିପର), ଶ୍ରେୟାସ ଅୟର, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି

ୱେଷ୍ଟ ଇଣ୍ଡିଜ
ଲେଣ୍ଡଲ ସିମୋନ୍ସ, ଇଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ, ନିକୋଲସ ପୂରନ(ୱିକେଟ କିପର), ଶିମୋରନ ହିଟମେୟର, କିରନ ପୋଲାର୍ଡ(ଅଧିନାୟକ), ଜେସନ ହୋଲ୍ଡର, ହେଡେନ ୱାଲ୍ସ, ଶେଲ୍ଡନ କଟରେଲ, କିସେରିକ ୱିଲିୟମ୍ସ, ଖୈରି ପିୟରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details