ଓଡିଶା

odisha

By

Published : Dec 24, 2019, 12:36 PM IST

Updated : Dec 24, 2019, 1:13 PM IST

ETV Bharat / sports

ବାରବାଟୀ ବ୍ୟାଟେଲ ସଫଳ: ପ୍ରଶଂସା ସାଉଣ୍ଟୁଛି ଓସିଏ

ବାରବାଟୀ ଦିନିକିଆର ସଫଳ ଆୟୋଜନ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ପାଇଁ ଥିଲା ଏକ ବିଗ ଚାଲେଞ୍ଜ । ଏନେଇ 6 ମାସର କାମକୁ ମାତ୍ର 20 ଦିନରେ କରି ଦେଖାଇଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ind-vs-wi-barabati-odi-was-the-big-challange-for-oca
ବାରବାଟୀ ଦିନିକିଆର ସଫଳ ଆୟୋଜନ ଓସିଏ ପାଇଁ ଥିଲା ବିଗ୍‌ ଚାଲେଞ୍ଜ

କଟକ: ବାରବାଟୀ ବିଗ ଫାଇଟରେ ବାଜି ମାରିନେଲା ବିରାଟ ବାହିନୀ । ବିଶାଳ ସ୍କୋରକୁ ପାର କଲା ଟିମ ଇଣ୍ଡିଆ । ପୋଲର୍ଡ଼ ଓ ପୋରନଙ୍କ ଧୂଆଁଧାର ପାଳିକୁ ଫିକା ପକାଇଲେ ରନମେସିନ ବିରାଟ, ରୋହିତ ଓ ରାହୁଲ । ବାରବାଟି ରେକର୍ଡକୁ ପୁଣି ଦୋହରାଇଲା ବିରାଟ ବ୍ରିଗେଡ଼ । ତେବେ ଏହି ମ୍ୟାଚର ସଫଳ ଆୟୋଜନ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ପାଇଁ ଥିଲା ଏକ ବିଗ ଚାଲେଞ୍ଜ ।

ବାରବାଟୀ ବ୍ୟାଟେଲ ସଫଳ: ପ୍ରଶଂସା ସାଉଣ୍ଟୁଛି ଓସିଏ

ଶେଷ ହେଲା ବାରବାଟୀ ବିଗ ଫାଇଟ । ଟାଇଟେଲ ଟକ୍କରରେ ଟ୍ରଫି ହାତେଇଲା ଭାରତ । ଆଉ ଏହି ମେଗା ଇଭେଣ୍ଟ ଆୟୋଜନ ଓସିଏ ପାଇଁ ଥିଲା ଏକ ବିଗ ଚାଲେଞ୍ଜ । କାରଣ ଫନି ବାତ୍ୟା ପରେ ଷ୍ଟାଡିୟମର ସ୍ଥିତି ପୁରା ବେହାଲ ହୋଇ ପଡିଥିଲା । ଫ୍ଲଡ଼ ଲାଇଟ, ଗ୍ୟାଲେରୀ, ପାଭିଲିୟନ ଓ ପ୍ରେସବକ୍ସ ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ଏପରି ସ୍ଥଳରେ କାହାରି ବିଶ୍ବାସ ନଥିଲା ଯେ, ବାରଵାଟିକୁ ପୁଣିଥରେ ଫେରିବ ଅନ୍ତର୍ଜାତୀୟ ମ୍ୟାଚ । କିନ୍ତୁ ଓସିଏର ନବ ନିର୍ବାଚିତ ଟିମ ଏହାକୁ ସଫଳ ରୂପାୟନ ଦେଇପାରିଛି । 6 ମାସର କାମକୁ ମାତ୍ର 20 ଦିନରେ କରି ଦେଖାଇଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଅନ୍ୟପଟେ ଏହି ମେଗା ମ୍ୟାଚ ଆୟୋଜନ କମିଶନରେଟ ପୋଲିସ ପାଇଁ ମଧ୍ୟ ଥିଲା ବଡ଼ ଚାଲେଞ୍ଜ । ମ୍ୟାଚ ପାଇଁ ବାରବାଟୀ ଭେନ୍ୟୁ ହେବା ଦିନଠୁ ନିଜର ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିଲା କମିଶନରେଟ ପୋଲିସ । କିପରି ମ୍ୟାଚକୁ ସଫଳ ରୂପେ ଆୟୋଜନ କରି ହେବ । ସେଥିପାଇଁ ଷ୍ଟାଡିୟମରେ ପ୍ରତିଦିନ ଛାଉଣୀ ମାରୁଥିଲେ କମିଶନରେଟ ପୋଲିସର ଉଚ୍ଚପଦସ୍ଥ ଅଧିକାରୀ । ମ୍ୟାଚ ଦିନ 80 ପ୍ଲାଟୁନ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ମୃତୟନ ହୋଇଥିଲେ ।

ତେବେ ଦିନିକିଆ ପରେ ଏବେ ଓସିଏର ନଜର ଟେଷ୍ଟା ମ୍ୟାଚ ଉପରେ । ଆଗାମୀ ଇଂଲଣ୍ଡ ଗସ୍ତର ପିଙ୍କ ବଲ ଟେଷ୍ଟ ମ୍ୟାଚ ଯଦି ବାରବାଟୀ ଆୟୋଜନ କରେ, ତେବେ ଭାରତୀୟ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବ ବାରବାଟୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 24, 2019, 1:13 PM IST

ABOUT THE AUTHOR

...view details