କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚ ଖେଳାଯାଉଛି। ପ୍ରଥମେ ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାପରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଟିମ ପ୍ରଥମେ ବ୍ୟାଟିଂ କରି 315 ରନ କରିଛି। ଫଳରେ ଭାରତ ସାମ୍ନାରେ ସିରିଜ ପାଇଁ 316 ରନର ବିଜୟ ଲକ୍ଷ୍ୟ ରହିଛି।
ବାରବାଟୀ ଦିନିକିଆ: ବିରାଟ ବାହିନୀ ଆଗରେ 316 ରନର ବିଜୟ ଲକ୍ଷ୍ୟ - West Indies Set the target
ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚ ଖେଳାଯାଉଛି। ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ସାମ୍ନାରେ 316 ରନର ବିଜୟ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ। ଅଧକ ପଢନ୍ତୁ..
![ବାରବାଟୀ ଦିନିକିଆ: ବିରାଟ ବାହିନୀ ଆଗରେ 316 ରନର ବିଜୟ ଲକ୍ଷ୍ୟ IND vs WI, 3rd ODI](https://etvbharatimages.akamaized.net/etvbharat/prod-images/768-512-5458128-thumbnail-3x2-wc.jpeg)
ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ 43 ବଲରୁ 89 ରନର ଉପଯୋଗୀ ଇଂନିସ ଖେଳିଛନ୍ତି ନିକୋଲାସ ପୋରନ। ଏହି ବିସ୍କୋରକ ଇଂନିସରେ 2ଟି ଚୌକା ଓ 4ଟି ଛକା ସାମିଲ ରହିଛି। କ୍ୟାପଟେନ ପୋଲାର୍ଡ ମଧ୍ୟ ଅର୍ଦ୍ଧଶତକୀୟ ଇଂନିସ ଖେଳି ଇଣ୍ଡିଜର ସ୍କୋର 300 ପାର କରାଇଛନ୍ତି। ପୋଲାର୍ଡ 51 ବଲରୁ 3 ଚୌକା ଓ 7 ଛକା ସହୟତାରେ 74 ରନ କରିଛନ୍ତି। ସିମ୍ରନ ହେଟମେୟର 37, ରୋଷ୍ଟନ ଚେଜ 38 ଓ ଓପନର ସାଇ ହୋପ 42 ରନର ଇଂନିସ ଖେଳିଛନ୍ତି।
ଭାରତ ପକ୍ଷରୁ ଡେବ୍ୟୁମ୍ୟାନ ନବଦୀପ ସାଇନି 2ଟି ୱିକେଟ ଅକ୍ତିଆର କରିଛନ୍ତି। ସାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ଓ ସ୍ପିନର ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି।