କଟକ: ପେସ ବୋଲର ନବଦୀପ ସାଇନି ୱେଷ୍ଟଇଣ୍ଡିଜ ବିପକ୍ଷ ବାରବାଟୀରେ ଦିନିକିଆରେ ଡେବ୍ୟୁ କରିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ସାଇନିଙ୍କୁ କ୍ୟାପ ପ୍ରଦାନ କରିଛନ୍ତି ।
27 ବର୍ଷିୟ ସାଇନି ଏଯାବତ 5ଟି ଅନ୍ତଜାର୍ତୀୟ 20 ମ୍ୟାଚ ଖେଳିଛନ୍ତି । ବିଶାଖାପଟ୍ଟନମରେ ଖେଳାଯାଇଥିବା 2ୟ ଦିନିକିଆରେ ଆହତ ହୋଇ ବାଦ ପଡିଥିଲେ ଦିପକ ଚହର । ଏହାପରେ ସାଇନିଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ହୋଇଆସୁଥିଲା । ଆଜିର ମ୍ୟାଚରେ ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସାଇନି ଭାରତର ପେସ ବୋଲିଂ ବିଭାଗ ସମ୍ଭାଳିବେ ।