ଧର୍ମଶାଳା: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଧର୍ମଶାଳାରେ ମ୍ୟାଚ ପୂର୍ବରୁ ବର୍ଷା ଆରମ୍ଭରେ ବାଧକ ସାଜିଛି । ଓଦା ପଡିଆ ଯୋଗୁଁ ନିର୍ଦ୍ଧାରିତ ଟସ ସମୟରେ ବିଳମ୍ବ ହୋଇଛି ।
କ୍ବିଣ୍ଟନ ଡିକକଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଦଳ ଅପରାଜେୟ ରହିଛି । ତେବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଭୋଗିଥିବା ଦିନିକିଆ ଟେଷ୍ଟ ପରାଜୟକୁ ଭୁଲିବାକୁ ଏହି ସିରିଜରେ ଚେଷ୍ଟା କରିବ ।
ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଳିନ ସୁଇପ କରିଥିଲା । ତେବେ ଭାରତ ସମାନ ବ୍ୟବଧାନରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ଭୋଗିଛି ।
ତେବେ ଟିମକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ବୋଲର ଭୁବନେଶ୍ବର କୁମାର ଓ ଓପନର ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳ ଶକ୍ତିଶାଳୀ ହୋଇଛି ।
ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ପୃଥ୍ବୀ ସ', ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମନ ଗିଲ ।
ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି କକ୍(କ୍ୟାପଟେନ), ତେମ୍ବା ବାଭୁମା, ରସି ଭନ ଡର ଡସନ, ଫାଇପ ଡୁପ୍ଳେସିସ, କେଲ ଭେରିନ, ହେନରିଚ କ୍ଳାସେନ, ଜନେମାନ ମଲାନ, ଡେଭିଡ ମିଲର, ଜନ ଜନ ସ୍ମୁଟ, ଆଣ୍ଡିଲେ ଫେହେଲୁକୟୋ, ଲୁଙ୍ଗି ଏଙ୍ଗିଡି, ଲୁଥୋ ସିପମାଲ, ବେୟୁରାନ ହେଣ୍ଡ୍ରିକ୍ସ, ଆନରିଚ ନର୍ଟଡେ, ଜର୍ଜ ଲିଣ୍ଡେ, କେଶବ ମହାରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ