ଓଡିଶା

odisha

ETV Bharat / sports

ଟେଷ୍ଟ ଚମ୍ପିଆନସିପରେ ଭାରତର ପ୍ରଥମ ପରାଜୟ, ପ୍ରଦର୍ଶନରେ ନାଖୁସ ବିରାଟ - ୱେଲିଂଟନ ଟେଷ୍ଟରେ ଭାରତର ପରାଜୟ

ୱେଲିଂଟନ ଟେଷ୍ଟରେ ପରାଜୟ ପରେ କ୍ୟାପଟେନ ବିରାଟ କୋହଲି ଭାରତୀୟ ଦଳର ବ୍ୟାଟିଂ ପ୍ରଦର୍ଶନରେ ଅସନ୍ତୁଷ୍ଟ ଜାହିର କରିଛନ୍ତି ।

IND VS NZ
ପ୍ରଦର୍ଶନରେ ନାଖୁସ ବିରାଟ

By

Published : Feb 24, 2020, 7:54 AM IST

ୱେଲିଂଟନ: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବଡ ବିଜୟ। ୱେଲିଂଟନ ଟେଷ୍ଟକୁ 10 ୱିକେଟରେ ଜିତିନେଇଛି ଘରୋଇ ଦଳ। ମ୍ୟାଚ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଦଳ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି। କୌଣସି ପରିସ୍ଥିତିରେ ଏହି ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ବିରାଟ କୋହଲି- କେନ ୱିଲିୟମସନ

ମ୍ୟାଚର ଉଭୟ ଇଂନିସରେ ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଏପରିକି କ୍ୟାପଟେନ ବିରାଟ କୋହଲି ପ୍ରଥମ ଇଂନିସରେ 2 ଓ 2ୟ ଇଂନିସରେ 19 ରନ କରି ଆଉଟ ହୋଇଥିଲେ । ଭାରତୀୟ ଦଳ ଦୁଇଟିଯାକ ଇଂନିସରେ 200ରନ ଅତିକ୍ରମ କରିପାରିନଥିଲା।

ABOUT THE AUTHOR

...view details