ମାଉଣ୍ଟ ମାଉଙ୍ଗାନୁଇ: ଅଜବ ସଂଯୋଗ, ଆଉଟ ସଞ୍ଜୁ । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ବିରଳ ସଂଯୋଗ । ଓଭର, ବଲ, ବୋଲର, ବ୍ୟାଟ୍ସମ୍ୟାନ, ଫିଲ୍ଡର, କ୍ୟାଚ ସବୁ ସମାନ ।
ଅଜବ ସଂଯୋଗ, ଆଉଟ ସଞ୍ଜୁ - ସଞ୍ଜୁ ସାମସନଙ୍କ ବିରଳ ସଂଯୋଗ ଆଉଟ
ଅଜବ ସଂଯୋଗ, ଆଉଟ ସଞ୍ଜୁ । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ବିରଳ ସଂଯୋଗ । ଓଭର, ବଲ, ବୋଲର, ବ୍ୟାଟ୍ସମ୍ୟାନ, ଫିଲ୍ଡର, କ୍ୟାଚ ସବୁ ସମାନ । ଏନେଇ ଆଇସିସି ପକ୍ଷରୁ ଏକ ମଜାଦାର ଟ୍ବିଟ କରାଯାଇଛି ।

ନ୍ୟୁଜିଲାଣ୍ଡ ବୋଲର ସ୍କଟ କୁଗଲେଜିନ ଭାରତୀୟ ଇଂନିସର 2ୟ ଓଭରର 3ୟ ବଲରେ ସାଣ୍ଟନରଙ୍କ ହାତରେ କ୍ୟାଚ କରାଇ ଆଉଟ କରିଥିଲେ । 5ମ ଟି-20ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । 2ୟ ଓଭର 3ୟ ବଲରେ ସଞ୍ଜୁଙ୍କୁ ପୁନର୍ବାର ସାଣ୍ଟନରଙ୍କ ହାତରେ କ୍ୟାଚ ଆଉଟ କରାଇଛନ୍ତି କୁଗଲେଜେନ ।
ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି । 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 4ର୍ଥ ଓ 5ମ ମ୍ୟାଚରେ ସଞ୍ଜୁ ସାମସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । 3-0ରେ ଆଗୁଆ ସିରିଜ ହାତେଇ ସାରିଥିବାରୁ, 4ର୍ଥ ମ୍ୟାଚରେ ଚୂଡାନ୍ତ ଏକାଦଶରେ 3ଟି ପରିବର୍ତ୍ତନ ହୋଇଥିଲା । ଓପନର ରୋହିତ ଶର୍ମା, ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିଲା । ରୋହିତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଓପନିଂ ସୁଯୋଗ ମିଳିଥିଲା ।