ୱେଲିଂଟନ: ପୁଣି ନିରାଶ ନ୍ୟୁଜିଲାଣ୍ଡ । ସୁପର ଓଭର ଦଳକୁ ପରାଜୟ ମୁହଁକୁ ଠେଲିଦେଉଛି । ନ୍ୟୁଜିଲାଣ୍ଡ ଖେଳିଥିବା 8ଟି ସୁପର ଓଭରରେ 7ଟିରେ ଦଳକୁ ହାର୍ର ସାମ୍ନା କରିବାକୁ ପଡିଛି ।ହାମିଲଟନ ପରେ ପୁଣି ଏକ ନିଶ୍ଟିନ୍ତ ବିଜୟରୁ ବଞ୍ଚିତ ହୋଇଛି ନ୍ୟୁଜିଲାଣ୍ଡ ।
ନିରାଶ ନ୍ୟୁଜିଲାଣ୍ଡ: ସୁପର ଓଭର ସାଜୁଛି ପରାଜୟ ଉପହାର - ସୁପର ଓଭରରେ ପରାଜୟ
ପୁଣି ନିରାଶ ନ୍ୟୁଜିଲାଣ୍ଡ । ସୁପର ଓଭର ଦଳକୁ ପରାଜୟ ମୁହଁକୁ ଠେଲିଦେଉଛି । ନ୍ୟୁଜିଲାଣ୍ଡ ଖେଳିଥିବା 8ଟି ସୁପର ଓଭରରେ 7ଟିରେ ଦଳକୁ ହାର୍ର ସାମ୍ନା କରିବାକୁ ପଡିଛି । ଅଧିକ ପଢନ୍ତୁ...
![ନିରାଶ ନ୍ୟୁଜିଲାଣ୍ଡ: ସୁପର ଓଭର ସାଜୁଛି ପରାଜୟ ଉପହାର IND Vs NZ](https://etvbharatimages.akamaized.net/etvbharat/prod-images/768-512-5905974-thumbnail-3x2-wc.jpeg)
ୱେଲିଂଟନରେ 166 ରନର ବିଜୟ ଲକ୍ଷ୍ୟକୁ ପିଛା ନ୍ୟୁଜିଲାଣ୍ଡ ଭାରତର ସ୍କୋର ସହ ବରାବରରେ ଅଟକିଯାଇଥିଲା । ଏହାପରେ ମ୍ୟାଚ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ 13 ରନ କରିବାକୁ ସମର୍ଥ ହୋଇଥିଲା ଘରୋଇ ଦଳ । ତେବେ 14 ରନର ଟାର୍ଗେଟକୁ ସହଜରେ ହାସଲ କରିନେଇ ଭାରତୀୟ ଦଳ ସିରିଜରେ ଅପରାଜେୟ ରହିଛି।
5 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 4-0ରେ ଆଗୁଆ ହୋଇଛି ଭାରତ । ସୁପର ଓଭର ନ୍ୟୁଜିଲାଣ୍ଡ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ । 2019 ବିଶ୍ବକପ ସେମିଫାଇନାଲ ସୁପର ଓଭର ମଧ୍ୟ ନ୍ୟୁଜିଲାଣ୍ଡ ସପକ୍ଷରେ ଯାଇନଥିଲା । ଫଳରେ ନ୍ୟୁଜିଲାଣ୍ଡ ଖେଳାଳି ଓ ପ୍ରଶଂସକଙ୍କ ପ୍ରଥମଥର ବିଶ୍ବକପ ବିଜୟର ସ୍ବପ୍ନ ଚୁରମାର ହୋଇଯାଇଥିଲା ।