ମାଉଣ୍ଟ ମାଉଙ୍ଗାନୁଇ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର 3ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଉଛି। ଟସ ଜିତି କେନ୍ ୱିଲିୟମସନଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶେଷ ଦିନିଆରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ।
3ୟ ଦିନିକିଆ: ପ୍ରଥମେ ବ୍ୟାଟିଂ କରୁଛି ଭାରତ - New Zealand Won the Toss
07:12 February 11
ପ୍ରଥମେ ବ୍ୟାଟିଂ କରୁଛି ଭାରତ
ପ୍ରଥମ 2ଟି ମ୍ୟାଚରେ ବିଜୟ ସହ ଆଗୁଆ ସିରିଜ ହାତେଇସାରିଛି ଘରୋଇ ନ୍ୟୁଜିଲାଣ୍ଡ । 3ୟ ମ୍ୟାଚରେ ବିଜୟ ସହ କ୍ଳିନ ସୁଇପ ଏଡାଇବା ଲକ୍ଷ୍ୟରେ ରହିଛି ଭାରତ। ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଥିବା ନ୍ୟୁଜିଲାଣ୍ଡର ନିୟମିତ କ୍ୟାପଟେନ କେନ ୱିଲିୟମସନ 3ୟ ଦିନିକିଆରେ ଦଳକୁ ଫେରିଛନ୍ତି ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ମାର୍ଟିନ ଗୁପ୍ଟିଲ, ହେନରୀ ନିକୋଲାସ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ଟମ ଲାଥମ(ୱିକେଟ କିପର), ଜେମ୍ସ ନିଶାମ, କଲିନ ଡି ଗ୍ରାଣ୍ଡହୋମ, କେଲ ଜେମିଏସନ, ଟିମ ସାଉଦୀ, ହମିସ ବେନ୍ନଟ, ମିଚେଲ ସାଣ୍ଟନର ।
ଭାରତୀୟ ଚୂଡାନ୍ତ ଏକାଦଶ: ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, ଲୋକେଶ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।