ଓଡିଶା

odisha

ETV Bharat / sports

ଦ୍ବିତୀୟ ଦିନିକିଆରେ ବିଜୟ ସହ ଇଂଲଣ୍ଡର ସିରିଜ କବ୍ଜା - ଇଂଲଣ୍ଡ -ଆୟରଲାଣ୍ଡ ଦ୍ବିତୀୟ ଦିନିକିଆ

ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ 4 ୱିକେଟରେ ବିଜୟୀ ହୋଇଛି ଇଆନ ମୋର୍ଗନଙ୍କ ଦଳ ।

Ind vs Ire, 2nd ODIs: England won by 4 wickets
ଦ୍ବିତୀୟ ଦିନିକିଆରେ ବିଜୟ ସହ ଇଂଲଣ୍ଡର ସିରିଜ କବ୍ଜା

By

Published : Aug 2, 2020, 5:10 AM IST

ସାଉଥାମ୍ପଟନ: ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ 4 ୱିକେଟରେ ବିଜୟୀ ହୋଇଛି ଇଆନ ମୋର୍ଗାନଙ୍କ ଦଳ ।

ଦ୍ବିତୀୟ ଦିନିକିଆରେ ବିଜୟ ସହ ଇଂଲଣ୍ଡର ସିରିଜ କବ୍ଜା

ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ଇଂଲଣ୍ଡ ସାମ୍ନାରେ 213 ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କର୍ଟିସ କ୍ୟାମ୍ଫର 87 ବଲରୁ 8 ଚୌକା ସହାୟତାରେ 68 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ସିମି ସିଂ 25 ଓ ଆଣ୍ଡି ମେକବ୍ରିନ 24 ରନ କରିଥିଲେ । ହେରୀ ଟେକ୍ଟର 28 ଓ କ୍ୟାପଟେନ ବାଲବ୍ରିନ୍ 15 ରନ କରି ପାଭିଲିୟନ ଫେରିଥିଲେ ।

ପରେ 213 ରନର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ 6 ୱିକେଟ ହରାଇ ବିଜୟୀ ହୋଇଥିଲା । ଜନ୍ନି ବେୟାରଷ୍ଟୋ 41 ବଲରେ 14 ଚୌକା ଓ 2 ଛକା ସହାୟତାରେ ବିସ୍ପୋରକ 82 ରନର ଇଂନିସ ଖେଳିଥିଲେ । ଶେଷ ଭାଗରେ ସାମ୍ ବିଲିଙ୍ଗ୍ସ ଅପରାଜିତ 46 ଓ ଡେଭିଡ ୱେଲି 47 ରନର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ । ଆକର୍ଷଣୀୟ ଇଂନିସ ପାଇଁ ଜନ୍ନି ବେୟାରଷ୍ଟୋ ପ୍ଲେଆର ଅଫ୍ ଦ ମ୍ୟାଚ୍ ହୋଇଥିଲେ ।

3 ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ 2-0ରେ ଅଗ୍ରଣୀ ସହ ସିରିଜ କବ୍ଜା କରିଛି । ସିରିଜର 3ୟ ମ୍ୟାଚ ଅଗଷ୍ଟ 4 ରେ ଖେଳାଯିବ ।

ABOUT THE AUTHOR

...view details