ଓଡିଶା

odisha

ETV Bharat / sports

IND vs ENG: ଚେନ୍ନାଇରେ ଟିମ୍‌ ଇଣ୍ଡିଆର ନେଟ୍ସ ପ୍ରାକ୍ଟିସ ଆରମ୍ଭ - ଭାରତୀୟ ଦଳଙ୍କ ନେଟ୍ସ ପ୍ରାଟିକ୍ସ

ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ । ଏଥିଲାଗି ଭାରତୀୟ ଟିମ ଆଜି ଚେନ୍ନାଇରେ ନେଟ୍ସ ପ୍ରାକ୍ଟିସ୍‌ ଆରମ୍ଭ କରିଦେଇଛି ।

IND vs ENG: ଚେନ୍ନାଇରେ ଭାରତର ନେଟ୍ସ ପ୍ରାଟିକ୍ସ ଆରମ୍ଭ
IND vs ENG: ଚେନ୍ନାଇରେ ଭାରତର ନେଟ୍ସ ପ୍ରାଟିକ୍ସ ଆରମ୍ଭ

By

Published : Feb 2, 2021, 1:00 PM IST

Updated : Feb 2, 2021, 1:38 PM IST

ଚେନ୍ନାଇ: କୋରୋନା ମହାମାରୀ ମଧ୍ୟରେ ଭାରତରେ ଆରମ୍ଭ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ । ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ । ଏଥିଲାଗି ଭାରତୀୟମ ଟିମ ଆଜି ଚେନ୍ନାଇରେ ନେଟ୍ସ ପ୍ରାକ୍ଟିସ୍‌ ଆରମ୍ଭ କରିଦେଇଛି ।

ବିସିସିଆଇ ମଙ୍ଗଳବାର ଏକ ଫଟୋ ସେୟାର କରିଛି । ଉକ୍ତ ଫଟୋରେ ଖେଳାଳିମାନଙ୍କୁ ମୁଖ୍ୟକୋଚ ରବି ଶାସ୍ତ୍ରୀ ସମ୍ବୋଧିତ କରୁଛନ୍ତି। ତେବେ ଏହି ଫଟୋ ସେୟାର କରି ବିସିସିଆଇ ଲେଖିଛି ଯେ, ଚେନ୍ନାଇରେ ନେଟ୍ସ ପ୍ରାକ୍ଟିସର ଆଜି ଆମର ପ୍ରଥମ ଦିନ । ମୁଖ୍ୟକୋଚ ରବି ଶାସ୍ତ୍ରୀ ଜୋସ୍‌ ସହ ଖେଳାଳିଙ୍କ ସ୍ବାଗତ କରିଛନ୍ତି ।

ସୂଚନାଥାଉକି, ଖେଳାଳିମାନେ ଚେନ୍ନାଇ ପହଞ୍ଚି 6 ଦିନର କ୍ବାରେଣ୍ଟାଇନ ଅବଧି ଶେଷ କରିଛନ୍ତି ଓ ସମସ୍ତ ଖେଳାଳିଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।

ଏଥିସହ ଆଉ ଏକ ଫଟୋ ବିସିସିଆଇ ଟ୍ବିଟର ପେଜ୍‌ରେ ସେୟାର କରିଛି । ଯେଉଁଥିରେ ଖେଳାଳିମାନଙ୍କୁ ଅଧିନାୟକ ବିରାଟ କୋହଲି କିଛି କହୁଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ପ୍ରଥମ 2ଟି ମ୍ୟାଚ ଚେନ୍ନାଇରେ ଓ ଅନ୍ତିମ 2ଟି ମ୍ୟାଚ ଅହମଦାବାଦରେ ଖେଳାଯିବ ।

Last Updated : Feb 2, 2021, 1:38 PM IST

ABOUT THE AUTHOR

...view details