ଓଡିଶା

odisha

ETV Bharat / sports

ମୋଟେରା ଷ୍ଟାଡିୟମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ-ବିସିସିଆଇ ସମ୍ପାଦକ - ଭାରତ ବନାମ ଇଂଲଣ୍ଡ

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବିସିସିଆଇ ସମ୍ପାଦକ ଜୟ ଶାହା ମଙ୍ଗଳବାର ଷ୍ଟାଡିୟମ ପରିଦର୍ଶନରେ ଆସି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

Ind vs Eng: Rijiju and Jay Shah visit mesmerising Hall of Fame zone at Motera Stadium
ମୋଟେରା ଷ୍ଟାଡିୟମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ-ବିସିସିଆଇ ସମ୍ପାଦକ

By

Published : Feb 23, 2021, 8:42 PM IST

ଅହମ୍ମଦାବାଦ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ 'ମୋଟେରା' ଷ୍ଟାଡିୟମରେ ଖେଳାଯିବ । ନବନିର୍ମିତ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉଦ୍‌ଘାଟନ କରିବେ । ଏନେଇ ଗୁଜୁରାଟ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବିସିସିଆଇ ସମ୍ପାଦକ ଜୟ ଶାହା ମଙ୍ଗଳବାର ଷ୍ଟାଡିୟମ ପରିଦର୍ଶନରେ ଆସି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ମୋଟେରା ଷ୍ଟାଡିୟମରେ କ୍ରିକେଟ 'ହଲ୍‌ ଅଫ ଫେମ୍‌' ଜୋନ

ଆୟୋଜକ ଜିସିଏ ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପ୍ରବେଶ ଦ୍ବାରରେ ସମସ୍ତ ଭାରତୀୟ ମହାନ କିମ୍ବଦନ୍ତୀ କ୍ରିକେଟରଙ୍କ ଝଲକ ରହିଛି । ଏହାର ନାମ 'ହଲ୍‌ ଅଫ ଫେମ୍‌' ଜୋନ ରହିଛି ।

2007 ଟି20 ବିଶ୍ବକପ ବିଜୟ ଠାରୁ 2011 ଦିନିକିଆ କ୍ରିକେଟ ବିଶ୍ବକପର ସମସ୍ତ ସ୍ମୃତିକୁ ସ୍ଥାନ ଦିଆଯାଇଛି । ଏଥିସହ 2019ରେ ଭାରତରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ସ୍ମରଣୀୟ ମୂହୁର୍ତ୍ତକୁ ମଧ୍ୟ ସ୍ଥାନିତ କରାଯାଇଛି ।

ଦେଶର ତାରକା କ୍ରିକେଟର, ସୁନୀଲ ଗାଭାସ୍କର, ସିକେ ନାୟୁଡୁ, ଲାରା ଅମରନାଥ, ବିନୋ ମଙ୍କଡ, ସଚିନ ତେନ୍ଦୁଲକର, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି ଓ ସୌରଭ ଗାଙ୍ଗୁଲିଙ୍କ ଫଟୋ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details