ଓଡିଶା

odisha

By

Published : Mar 5, 2021, 6:28 PM IST

ETV Bharat / sports

ପନ୍ତ-ସୁନ୍ଦରଙ୍କ ଶତକୀୟ ପାର୍ଟନରସିପ, 89 ରନରେ ଆଗୁଆ ଭାରତ

ଋଷଭ ପନ୍ତଙ୍କ ଧୁଆଁଧାର ଶତକ ବଳରେ ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 , 89 ରନରେ ଆଗୁଆ । ଅଧିକ ପଢନ୍ତୁ...

IND vs ENG: Pant-Washington power India to 294-7 in first innings at stumps on Day 2
ପନ୍ତ-ୱାସିଂଟନଙ୍କ ଶତକୀୟ ପାର୍ଟନରସିପ, 89 ରନରେ ଆଗୁଆ ଭାରତ

ଅହମ୍ମଦାବାଦ:ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଧୁଆଁଧାର ଶତକ ବଳରେ ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି ଭାରତ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 ରହିଛି । ଫଳରେ ଇଂଲଣ୍ଡ ଠାରୁ 89 ରନର ଉପଯୋଗୀ ଅଗ୍ରଣୀ ହାସଲ କରିନେଇଛି ଘରୋଇ ଦଳ ।

ଇଂଲଣ୍ଡ ବିପକ୍ଷରେ ଏହା ପନ୍ତଙ୍କ ଦ୍ବିତୀୟ ଶତକ । ଓଭାଲ ଟେଷ୍ଟରେ ପୂର୍ବରୁ ବର୍ଷ 2018ରେ 114 ରନର ଇଂନିସ ଖେଳିଥିଲେ ।ଅକ୍ଷର ପଟେଲ 11 ଓ ୱାସିଂଟନ ସୁନ୍ଦର 60 ରନରେ ଅପରାଜିତ ଅଛନ୍ତି ।

ଇଂଲଣ୍ଡ ପକ୍ଷରୁ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିବା ସହ ସଫଳ ବୋଲର ରହିଛନ୍ତି । ବେନ ଷ୍ଟୋକ୍ସ ଓ ଜାକ ଲିଚ 2ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ସଂକ୍ଷିପ୍ତ ସ୍କୋର:

ଇଂଲଣ୍ଡ ପ୍ରଥମ ଇଂନିସ: 205 ଅଲଆଉଟ 75.5 ଓଭର(ବେନ ଷ୍ଟୋକ୍ସ 55, ଡାନ ଲରେନ୍ସ 46; ଅକ୍ଷର ପଟେଲ 4/68, ରବିଚନ୍ଦ୍ରନ ଅଶ୍ବିନ 2/47, ମହମ୍ମଦ ସିରାଜ 2/45)

ଭାରତ ପ୍ରଥମ ଇଂନିସ:294/7 94 ଓଭର(ଋଷଭ ପନ୍ତ 101, ୱାସିଂଟନ ସୁନ୍ଦର 60, ରୋହିତ ଶର୍ମା 49; ଜେମ୍ସ ଆଣ୍ଡରସନ 3/40)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details