ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଆରମ୍ଭ । ପ୍ରଥମେ ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ଜାରି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 3 ଓ୍ବିକେଟ ହରାଇ 74ରନ୍ କରିଛି । ତେବେ ବ୍ରେକ ବେଳକୁ କ୍ରିଜରେ ଜନି ବେୟାରଷ୍ଟୋ(28) ଓ ବେନ୍ ଷ୍ଟୋକ୍ସ(14) ରହିଛନ୍ତି ।
ଇଂଲଣ୍ଡ ପକ୍ଷରୁ ଡୋମିନିକ ସିବଲି 2, ଜ୍ୟାକ କ୍ରାୱଲି 9, ଜୋ ରୁଟ 5ରନ୍ କରି ଆଉଟ୍ ହୋଇଛନ୍ତି ।