ଚେନ୍ନାଇ:ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭ୍ରମଣକାରୀ ଇଂଲଣ୍ଡକୁ ବଡ ଝଟକା । ଓପନର ଜାକ କ୍ରାୱଲେ ଆହତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବାହାର ହୋଇଛନ୍ତି । କ୍ରାୱଲେଙ୍କ ଡାହାଣ ହାତରେ ଆଘାତ ପରେ ବାଦ ପଡିଛନ୍ତି । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଗତରାତିରେ କ୍ରାୱଲେଙ୍କ ସ୍କାନ କରାଯାଇଥିଲା ଓ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଇସିବି ପକ୍ଷରୁ କୁହାଯାଇଛି ।
ଗୁରୁବାର ଚେନ୍ନାଇରେ ଅଭ୍ୟାସ ପାଇଁ ପଡିଆକୁ ଡ୍ରେସିଂ ରୁମ୍ରୁ ଆସୁଥିବାବେଳେ ମାର୍ବଲ ଚଟାଣରେ ପଡିଯାଇଥିଲେ । ପରେ ଇଂଲଣ୍ଡ ମେଡିକାଲ ଟିମ ଆସନ୍ତା କିଛି ସପ୍ତାହ ମଧ୍ୟରେ ସୁସ୍ଥ କରିବାକୁ ଲାଗି ପଡିଛନ୍ତି ।