ଚେନ୍ନାଇ: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ପଟେଲ ଗୁରୁବାର ଦିନ ଟ୍ରେନିଙ୍ଗ ସମୟରେ ଆଣ୍ଠୁରେ ଯନ୍ତ୍ରଣା ହେଉଥିବା କହିଥିଲେ । ଏହାପରେ ବିସିସିଆଇର ମେଡିକାଲ ଟିମ ଅକ୍ଷରଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ।
ତେବେ ଆଜି ବିସିସିଆଇ କହିଛି ଯେ, ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ବିସିସିଆଇର ମେଡିକାଲ ଟିମ ଅକ୍ଷରଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଏବେ ତାଙ୍କର ରିପୋର୍ଟ ଅପେକ୍ଷାରେ ଅଛୁ ।