ଅହମ୍ମଦାବାଦ:ଭାରତ ବିପକ୍ଷ ତୃତୀୟ ଟି-20କୁ 8 ୱିକେଟରେ ଜିତିନେଇଛି ଇଂଲଣ୍ଡ । 157 ରନର ବିଜୟ ଲକ୍ଷ୍ୟକୁ 18.2 ଓଭରରେ 2 ୱିକେଟ ହରାଇ ହାସଲ କରିନେଇଛି ଭ୍ରମଣକାରୀ ଦଳ । ଫଳରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 2-1ରେ ଆଗୁଆ ହୋଇଛି ଇଂଲଣ୍ଡ ।
ୱିକେଟ କିପର ବ୍ୟାଟ୍ସମାନ ଜସ ବଟଲରଙ୍କ ମ୍ୟାଚ ବିଜୟୀ ଇଂନିସ ବଳରେ ସହଜ ବିଜୟ ହାସଲ କରିଛି ଇଆନ ମୋର୍ଗାନଙ୍କ ଦଳ । ବଟଲର 52 ବଲରୁ 5 ଚୌକା ଓ 4 ଛକା ସହାୟତାରେ 83 ରନର ଅପରାଜିତ ଇଂନିସ ଖେଳିଛନ୍ତି । ଅନ୍ୟପଟେ ବେୟାରଷ୍ଟୋ ଶେଷ ପର୍ଯ୍ୟନ୍ତ ଅପରରାଜିତ ରହି 28 ବଲ୍ରୁ 5 ଚୌକା ସହାୟତାରେ 40 ରନ କରିଥିଲେ ।